କଟକ : କୋଭିଡ ନିୟମ ଉଲ୍ଲଂଘନ କରି ଥିବା ଅମାନିଆଙ୍କ ଠାରୁ ୫ ଦିନରେ ଦେଢ କୋଟି ଟଙ୍କାରୁ ଅଧିକ ଜରିମାନା ଆଦାୟ କଲାଣି ପୁଲିସ। ପାଞ୍ଚ ଦିନ ଭିତରେ ମୋଟ ୫୬ ହଜାର ୨୫୬ଜଣଙ୍କଠାରୁ ୧ କୋଟି ୫୮ଲକ୍ଷ ୭୩ ହଜାର ୨୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ପଞ୍ଚମ ଦିନରେ ସାମାଜିକ ଦୂରତା ବଜାୟ ରଖି ନଥିବା ୧୧୬୧ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୫୬ ହଜାର ୯୦୦ ଟଙ୍କା ଓ ସର୍ବସସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୧୦ ହଜାର ୧୪୯ ଜଣ ବ୍ୟକ୍ତିଙ୍କଠାରୁ ୩୧ ଲକ୍ଷ ୮୪ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମାସ୍କ ନ ପିନ୍ଧି ପାଖାପାଖି ୫୦ ହଜାର ଅମାନିଆ ୧ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଦେଇ ସାରିଲେଣି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/04/fines-m8.jpg)