ହାଇକୋର୍ଟଙ୍କ ଆଦେଶ ଉଲ୍ଲଂଘନ, ଅତିରିକ୍ତ ମୁଖ୍ୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ: ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ। ଆସନ୍ତା ୨୨ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପ୍ରସଙ୍ଗରେ କାରଣ ଦର୍ଶାଇବେ। ଆଜି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଜାନୁଆରି ୫ରେ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁଆରି ୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ୨୦୨୦, ଡିସେମ୍ବର ୩୦ରେ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟସ୍, ଓଏଫସ୍ ଗ୍ରୁପ୍-ଏ(ଜେବି)ର ଅଧିକାରୀଙ୍କୁ ଡେପୁଟି କଂଜରଭେଟର ଅଫ୍ ଫରେଷ୍ଟସ୍ ଓଏଫଏସ ଗ୍ରୁପ୍-ଏ(ଏସବି) ପଦବିକୁ ଆଡ୍-ହକ୍ ପ୍ରମୋସନ୍ ପ୍ରଦାନ ସଂପର୍କିତ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି କାର୍ଯ୍ୟକାରୀ ଉପରେ ଅଙ୍କୁଶ ଜାରି କରିଥିଲେ। ଏଥିସହିତ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବଙ୍କୁ ଜାନୁଆରି ୨୨ରେ ବ୍ୟକ୍ତିଗତ ହାଜର ହୋଇ ଅଦାଲତଙ୍କ ଆଦେଶ ଉଲ୍ଲଂଘନ ପ୍ରସଙ୍ଗରେ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରି ୨୨ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ମାଧ୍ୟମରେ ଜବାବ ରଖିଥିଲେ। ଜାନୁଆରି ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ପଦୋନ୍ନତି ପ୍ରସଂଗରେ ରହିଥିବା ଅସଂଗତି ଦୂର କରିବାକୁ ସଚିବଙ୍କୁ କହିଥିଲେ।

ଆଜି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ହୋଇଛି। ଏହାପରେ ସଚିବଙ୍କୁ ପୁଣି ଅଦାଲତ ଆଦେଶ ଉଲ୍ଲଂଘନ ପ୍ରସଂଗରେ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣା ଅନୁଯାୟୀ , ଭଦ୍ରକ ବଣ୍ୟପ୍ରାଣୀ ଡିଭିଜନରେ ଏସିଏଫ୍ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ ବ୍ରଜମୋହନ ମହାନ୍ତି ୧୯୮୮, ଏପ୍ରିଲ ୬ରେ ଫରେଷ୍ଟ ରେଞ୍ଜର କ୍ୟାଡର ପଦବିରେ ଯୋଗ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପଦୋନ୍ନତି କ୍ଷେତ୍ରରେ ତାଙ୍କ ବରିଷ୍ଠତାକୁ ଉପେକ୍ଷା କରାଯାଇ କନିଷ୍ଠଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ସାନି ଡିପିସି କରି ତାଙ୍କ ନାଁ ପଦୋନ୍ନତି ପାଇଁ ବିଚାରକୁ ନିଆଯାଉ ବୋଲି ଆବେଦନକାରୀ ଦର୍ଶାଇ ୨୦୨୦ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଶୁଣାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe