ଏଆର୍‌ଟି ସେଣ୍ଟରରେ ହେବ ଭାଇରାଲ ଲୋଡ୍‌ ଟେଷ୍ଟିଂ

Advertisment
ଏଆର୍‌ଟି ସେଣ୍ଟରରେ ହେବ ଭାଇରାଲ ଲୋଡ୍‌ ଟେଷ୍ଟିଂ

medicine, diabetes, glycemia, health care and people concept - close up of woman checking blood sugar level by glucometer at home

ଭୁବନେଶ୍ୱର: ରାଜ୍ୟରେ ଥିବା ଏଆର୍‌ଟି ସେଣ୍ଟରରେ ଆରମ୍ଭ ହେବ ଭାଇରାଲ ଲୋଡ୍‌ ଟେଷ୍ଟିଂ। ପୂର୍ବରୁ ଏହି ପରୀକ୍ଷା କୋଲାକାତାସ୍ଥିତ ଲାବୋରେଟାରିରେ କରାଯାଉଥିଲା। ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇ ଔଷଧ ସେବନ କରୁଥିବା ସମସ୍ତ ବ୍ୟକ୍ତିଙ୍କ ଏହି ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସମସ୍ତ ଏଚ୍‌ଆଇଭି ଆକ୍ରାନ୍ତଙ୍କ ଭାଇରାଲ ଲୋଡ୍‌ ପରୀକ୍ଷା କରାଯିବା ଫଳରେ ସେମାନଙ୍କ ଦେହରେ ଔଷଧ କାମ କରୁଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଆସନ୍ତା ୨୬ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏହାର ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି। ଏବେ ରାଜ୍ୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସିଡି୪ ପରୀକ୍ଷା କରାଯାଉଛି। ତେବେ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଔଷଧ କାର୍ଯ୍ୟ କରୁଛି କି ନାହିଁ ତାହା ଜାଣିବା ପାଇଁ ଭାଇରାଲ ଲୋଡ୍‌ ଟେଷ୍ଟିଂ କରାଯାଇଥାଏ। ତେବେ ଏହି ପରୀକ୍ଷା ଓଡ଼ିଶାରେ ହେଉନାହିଁ। ଏଠାରୁ ରକ୍ତ ସଂଗ୍ରହ କରାଯାଇ କଲିକତା ପଠାଯାଉଛି। ଫଳରେ ଏହି ରିପୋର୍ଟ ପାଇବାରେ ବିଳମ୍ବ ହେଉଛି। ତେଣୁ ଏବେ ରାଜ୍ୟରେ ଥିବା ୧୩ଟି ଏଆର୍‌ଟି ସେଣ୍ଟର, ଏଫ୍‌ଆଇଏଆଟି ୨ଟି ଓ ଲିଙ୍କ୍‌ ଏଆରଟି ୧୯ଟି ଏହି ପରୀକ୍ଷା କରାଯିବ। ଆଉଟସୋର୍ସିଂ ଜରିଆରେ ଏଆର୍‌ଟି ସେଣ୍ଟରରେ ଏହି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

୨୦୩୦ ମସିହା ସୁଦ୍ଧା ଦେଶରେ ଏଡ୍‌ସକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏ ଦୃଷ୍ଟିରୁ ୨୦୨୦ ମସିହା ପାଇଁ ୯୦-୯୦-୯୦ ହାସଲ କରିବା ପାଇଁ ଲକ୍ଷ୍ୟ ରହିଛି। ପ୍ରଥମ ୯୦ରେ ଯେତିକି ସଂଖ୍ୟକ ଲୋକ ଏଚ୍‌ଆଇଭିରେ ଚିହ୍ନଟ ହୋଇଛନ୍ତି, ତାଠାରୁ ଅନେକ ଲୋକ ଏଥିରୁ ବାଦ୍‌ ରହିଛନ୍ତି। ରାଜ୍ୟରେ ୪୭ହଜାରରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ ଥିବା ଅନେକଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହାନ୍ତି। ତେଣୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ଏଚ୍‌ଆଇଭି ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଦ୍ୱିତୀୟ ୯୦ ପ୍ରତିଶତ ଲୋକ ଏଚ୍‌ଆଇଭି ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଏଆର୍‌ଟି ସେଣ୍ଟର ସହିତ ଯୋଡ଼ିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବ। ସେହିପରି ଶେଷ ୯୦ପ୍ରତିଶତରେ ଔଷଧ ସେବନ କରୁଥିବା ଏଚ୍‌ଆଇଭି ଆକ୍ରାନ୍ତଙ୍କ ଦେହରେ ଔଷଧ କାମ କରୁଛି କି ନାହିଁ ଭାଇରାଲ ଲୋଡ୍‌ ପରୀକ୍ଷା ଜରିଆରେ ଜଣାପଡ଼ିଥାଏ। ତେଣୁ ଏହି ପରୀକ୍ଷା କିଭଳି ସମସ୍ତ ଏଚ୍‌ଆଇଭି ଆକ୍ରାନ୍ତଙ୍କ କରାଯିବ ତାହା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ନାକୋ ବା ଜାତୀୟ ଏଡ୍‌ସ ନିୟମନ୍ତ୍ରଣ ସମିତ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe