ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ ଭାଇରାଲ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ ଭାଇରାଲ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆଉ ଏକ କେଳେଙ୍କାରୀ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ବିଶ୍ଵବିଦ୍ୟାଳୟର ଇଂରାଜି ବିଭାଗର ଜଣେ ସହକାରୀ ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଶାରୀରିକ ସମ୍ପର୍କର ଅଡିଓ ଭାଇରାଲ ହେବାରେ ଲାଗିଛି। ଛାତ୍ରୀଜଣଙ୍କ ଚତୁର୍ଥ ସେମିଷ୍ଟରର ବୋଲି ସୂଚନା ରହିଛି। ଦୀର୍ଘ ୨୫ ମିନିଟ କଥାବାର୍ତ୍ତାରେ ଇଂରାଜି ବିଭାଗର ଉକ୍ତ ସହକାରୀ ପ୍ରଫେସର ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ପାଇଁ ଉସୁକାଉଛନ୍ତି। ପିଏଚଡି ନିଜ ଅଣ୍ଡରରେ କରାଇବା ପାଇଁ ଏଭଳି ଶାରୀରିକ ସମ୍ପର୍କ ରଖିବା ପାଇଁ କହୁଥିବା ଭାଇରାଲ ଅଡିଓରେ ରହିଛି।

ଏନେଇ ଛାତ୍ରୀ ଜଣଙ୍କ ବିଭାଗୀୟ ମୁଖ୍ୟଙ୍କଠାରେ ଗତ ଶୁକ୍ରବାର ଅର୍ଥାତ ୧୫ ତାରିଖରେ ଅଭିଯୋଗ କରିଥିଲେ। ପରେ ଏନେଇ ଏକ କମିଟି କରି ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ରତାପ ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe