ବଲାଙ୍ଗୀର: ହତ୍ୟାକାଣ୍ଡର ଭିଡିଓ ଭାଇରାଲ୍ କରି ଦୁଇ ଅଭିଯୁକ୍ତ କହିଲେ, ‘ଅବ୍ ତେରି ବାରି’

Advertisment
ବଲାଙ୍ଗୀର: ହତ୍ୟାକାଣ୍ଡର ଭିଡିଓ ଭାଇରାଲ୍ କରି ଦୁଇ ଅଭିଯୁକ୍ତ କହିଲେ, ‘ଅବ୍ ତେରି ବାରି’

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ହଷ୍ଟେଲ ପଛପଟୁ ଉଦ୍ଧାର ହୋଇଥିବା ଯୁବକଙ୍କର ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡର ଏକ ଭିଡିଓ ଭାଇରାଲ୍ ହୋଇଛି। ଏନେଇ ଆସିଛି ଛାତିଥରା ଦୃଶ୍ୟ। ନୃଶଂସତାର ସବୁ ସୀମା ଟପିଛନ୍ତି ଦୁର୍ବୃତ୍ତ। ଜଣେ ଯୁବକଙ୍କୁ ହତ୍ୟାକଲେ, ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଡ଼ିଲେ ଓ ସେସବୁର ଭିଡିଓ କରି ଡରାଇବା ପାଇଁ ଚ୍ୟାଲେଞ୍ଜ କଲେ। ଭିଡିଓରେ ଦୁଇ ହତ୍ୟାକାରୀ ଜଣଙ୍କୁ ମାରିବା ସହ ଅନ୍ୟ ଜଣଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି ‘ଅବ୍ ତେରି ବାରି’।

publive-image

କାହା ଉଦ୍ଦେଶ୍ୟରେ ଏହି ଭିଡିଓ ଦୁଇ ଅଭିଯୁକ୍ତ ପ୍ରସ୍ତୁତ କରିଛନ୍ତି ତାହା ଏବେ ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଶୁଭମ୍ ଓ ଅମିତ। ରାଜେନ୍ଦ୍ର ପ୍ରସାଦ ବିଶ୍ୱ ବିଦ୍ୟାଳୟ ପଛପଟୁ ସୁଦପଡ଼ାର ବିଶ୍ୱଦେବ ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରେମ ସଂପର୍କକୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିଶ୍ୱଦେବ ସାହୁଙ୍କୁ ଏହି ଦୁଇ ଜଣ ଘରୁ ଡାକି ନେଇ ହତ୍ୟା କରିଥିବା ପୁଲିସ କହିଛି। ଏହି ସାରା ଅଞ୍ଚଳରେ ଭୟରେ ଆତଙ୍କ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe