ଭିଡିଓ ଭାଇରାଲ୍‌: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତକକୁ ଧରି ‘ଟିକ୍‌ଟକ୍‌’ ସୁଟିଙ୍ଗ୍‌ କଲେ ନର୍ସ

Advertisment
ଭିଡିଓ ଭାଇରାଲ୍‌: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତକକୁ ଧରି ‘ଟିକ୍‌ଟକ୍‌’ ସୁଟିଙ୍ଗ୍‌ କଲେ ନର୍ସ

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ‘ଏସ୍‌ଏନ୍‌ସିୟୁ’ରେ ସୁଟିଙ୍ଗ୍‌ କରିଥିବା ଏକ ଟିକ୍‌ଟକ୍‌ ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ନବଜାତଙ୍କୁ ରଖାଯାଉଥିବା ‘ଏସ୍‌ଏନ୍‌ସିୟୁ’ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନର୍ସମାନେ ମଜା ମଜଲିସ୍‌ରେ ମାତି ଭିଡିଓ ସୁଟିଙ୍ଗ୍‌ କରିବା ଗର୍ହିତ କଥା। ଏହାଛଡ଼ା ସେମାନେ ଏଥିରେ ସେମାନେ ନବଜାତକକୁ ଖାଲି ହାତରେ ଉଠାଇ ଆଣି ଚୁମ୍ବନ ଦେବାର ଦୃଶ୍ୟ ମଧ୍ୟ ରହିଛି। ଚୁମ୍ବନ ଦେବା ତ ଦୂରର କଥା ନବଜାତକକୁ ବିନା ଗ୍ଲୋଭ୍‌ସ୍‌ରେ ଧରିବା ମଧ୍ୟ ଅନୁଚିତ।

publive-image

ଭିଡିଓଟି କେବେ ଓ କେତେବେଳେ ସୁଟିଙ୍ଗ କରାଯାଇଛି ସେ ସଂକ୍ରାନ୍ତରେ କିଛି ଜଣାପଡ଼ି ନାହିଁ।

ଏ ସଂକ୍ରାନ୍ତରେ ଡାକ୍ତରଖାନାରେ ଥିବା ଏଡିଏମ୍‌ଓଙ୍କୁ ପଚାରିବାରୁ ଏ ଭଳି ସ୍ପର୍ଶକାତର ବିଷୟରେ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ।

ଘଟଣାଟି ଅତି ଦୁର୍ଭାଗ୍ୟଜନକ ଏବଂ ଏହାର ତଦନ୍ତ କରାଯିବ ବୋଲି ସିଡିଏମ୍‌ଓ ଡାକ୍ତର ଅଜିତ କୁମାର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe