ଏନ୍ଓୟୁ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ମୁକ୍ତ ଶାଖା ପକ୍ଷରୁ ଭର୍ଚୁଆଲ୍ ଗୋପବନ୍ଧୁ ଜୟନ୍ତୀ ପାଳିତ

Advertisment
‌‌‌‘‌ଗୋପବନ୍ଧୁ: ଜୀବନ ଓ ଦର୍ଶନ’ ଆଲୋଚନାଚକ୍ର: ଓଡ଼ିଶାରେ ଜାତୀୟ ଆନ୍ଦୋଳନର ଜନକ ଗୋପବନ୍ଧୁ

The News Room

ବାରିପଦା : ଗୋପବନ୍ଧୁଙ୍କ ଦୃଷ୍ଟିରେ ଜାତୀୟ ଚେତନା ପ୍ରସଙ୍ଗରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ, ମୁକ୍ତ ଶାଖା ଏବଂ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଅନ୍ ଲାଇନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜିକା ତଥା ୱେବିନାରର ଆବାହିକା ଅଧ୍ୟାପିକା ଉଷା ଶତପଥୀ ଗୋପବନ୍ଧୁଙ୍କୁ ଦୀନଜନଙ୍କ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜାତୀୟ ସେବା ଯୋଜନାର ଅଧିକାରୀ ତଥା ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ସୁରେଖା ସୁନ୍ଦରୀ ସ୍ୱାଇଁ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ‘ସମ୍ବାଦ’ କାର୍ଯ୍ୟାଳୟର ମହାପ୍ରବନ୍ଧକ(ନିଉଜ୍) ଗୌତମବୁଦ୍ଧ ଦାସ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଅବଦାନ ଅନିର୍ବଚନୀୟ ବୌଦ୍ଧିକତାର ମାପଦଣ୍ଡରୁ ଉର୍ଦ୍ଧ୍ୱରେ ତଥା ବିଚ୍ଛିନ୍ନ, ଶୀର୍ଣ୍ଣ ଉତ୍କଳକୁ ସଚେତନତାର ମନ୍ତ୍ରରେ ଉଦ୍ବୁଦ୍ଧ କରାଇଥିଲେ ବୋଲି ପ୍ରକାଶ କରିଥିବା ପ୍ରକାଶ କରିଥିଲେ।

ଗଡ଼ିଆ ଅଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାମଲ, ଉତ୍ତର ଓଡ଼ିଶା ଜାତୀୟ ସେବା ଯୋଜନା ମୁକ୍ତ ଶାଖା କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ରଞ୍ଜନ ଦାସ ପ୍ରମୁଖ ଗୋପବନ୍ଧୁଙ୍କ ବିଶ୍ୱପ୍ରେମ, ସାର୍ବଜନୀନ ଭାତୃତ୍ୱଭାବ , ନିସର୍ତ୍ତ ସମର୍ପଣ ଓ ବିଗଳିତ କରୁଣାର ଆଧାର ବୋଲି ବର୍ଣ୍ଣନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଜାତୀୟ ଯୋଜନା ଅଧିକାରୀ ଶୁଭେନ୍ଦୁ ଦାସ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ରାଜ୍ୟ ବାହାରୁ ବହୁ କାର୍ଯ୍ୟକ୍ରମ ଅଧିକାରୀ, ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିବା ବେଳେ ଗଡ଼ିଆ ଅଞ୍ଚଳିକ ମହାବିଦ୍ୟାଳୟର ଜାତୀୟ ଯୋଜନା ଅଧିକାରୀ ପଙ୍କଜ ମହାନା ବୈଷୟିକ ସହାୟତା ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe