୧୦ ଜିଲ୍ଲାରେ ଖୋଲିଲା ଭର୍ଚୁଆଲ୍ ହାଇକୋର୍ଟ

Advertisment
୧୦ ଜିଲ୍ଲାରେ ଖୋଲିଲା ଭର୍ଚୁଆଲ୍ ହାଇକୋର୍ଟ

ThePrint

ସମ୍ବଲପୁର: ସମ୍ବଲପୁର ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ଭିଡିଓ କନ୍‌ଫରେନ୍ସିଂ କ୍ୟାବିନ ସ୍ଥାପିତ ହୋଇଥିବା ବେଳେ ଏହା ଭର୍ଚୁଆଲ୍ ହାଇକୋର୍ଟ ଭଳି ଆସନ୍ତା ୩ ଫେବ୍ରୁଆରିରୁ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଗତ ୧୪ ଡିସେମ୍ବର ୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଓଡ଼ିଶା ହାଇକୋର୍ଟ ରାଜ୍ୟର ୩୦ଟି ଜିଲ୍ଲାଜଜ୍‌ଙ୍କ ଅଦାଲତ ପରିସରରେ ଏଭଳି ଭର୍ଚୁଆଲ୍‌ ହାଇକୋର୍ଟ ଖୋଲିବା ପାଇଁ ସ୍ଥିର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବଲାଂଗୀର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କୋରାପୁଟ ଜିଲ୍ଲାର ଜୟପୁର, ଗଂଜାମ ଜିଲ୍ଲାର ବ୍ରହ୍ମପୁର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ସହିତ ପୁରୀ, ବାଲେଶ୍ବର ଏବଂ ଭଦ୍ରକଠାରେ ଏହି ଭର୍ଚୁଆଲ ହାଇକୋର୍ଟ କାର୍ଯ୍ୟକ୍ଷମ ହେବ।

ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଜଣେ ଏଏସ୍‌ଓ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଭର୍ଚୁଆଲ ହାଇକୋର୍ଟରେ ଇ-ଫାଇଲିଂ, ମେନ୍‌ସନିଂ, ରିମୋଭାଲ ଅଫ୍ ଡିଫେକ୍ଟସ୍‌, କେଶ୍‌ଗୁଡ଼ିକର ଭର୍ଚୁଆଲ୍ ଶୁଣାଣି ସହିତ ସାର୍ଟିଫାଏଡ୍ କପି ମଂଜୁର ଭଳି ଅନେକ ଗୁରୁତ୍ବପୂର୍ଣ୍ଣ କରାଯାଇପାରିବ ବୋଲି ଜଣାପଡ଼ିଛି। ଗତ ୨୭ ଜାନୁଆରିରେ ମୁଖ୍ୟ ବିଚାରପତିଙ୍କ ଆଦେଶକ୍ରମେ ହାଇକୋର୍ଟର ରେଜିଷ୍ଟ୍ରାର(ଜୁଡିସିଆଲ୍‌)ଏହି ଆଦେଶ ଜାରି କରିଥିବା ବେଳେ ଆଜିଠାରୁ ସଂପୃକ୍ତ ଜିଲ୍ଲାଜଜ୍‌ଙ୍କଠାରେ ଭର୍ଚୁଆଲ ହାଇକୋର୍ଟ ପାଇଁ ନିଯୁକ୍ତି ପାଇଥିବା ଅଧକାରୀ/କର୍ମଚାରୀମାନେ ଯୋଗ ଦେଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବହୁ ବର୍ଷରୁ ଆନ୍ଦୋଳନ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe