ପ୍ରତି ରବିବାର ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌

ପ୍ରତି ରବିବାର ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌

Cultural Heritage Online 2.0

ଭୁବନେଶ୍ବର : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟକୁ ଗତ ମାସ ୨୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ଭର୍ଚୁଆଲ୍‌ ମୋଡ୍‌ରେ ଜନସାଧାରଣ ଫେସ୍‌ବୁକ୍‌ ଓ ଟ୍ବିଟର୍‌ ପେଜ୍‌ ଖୋଲି ପ୍ରତ୍ୟେକ ରବିବାର ଜନଜାତି ସଂଗ୍ରହାଳୟ ବୁଲି ଦେଖିପାରିବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି। ଦେଶର ଶ୍ରେଷ୍ଠ ବିବେଚିତ ଏହି ଜନଜାତି ସଂଗ୍ରହାଳୟ 'ମାନବ ସଂଗ୍ରହାଳୟ' ଭାବେ ପରିଚିତ। ଏଥିରେ ୬୨ଟି ଜନଜାତି ଓ ୧୩ଟି ଆଦିମ ଜନଜାତିଙ୍କର ଜୀବନଶୈଳୀ ଓ ସଂସ୍କୃତି ସମ୍ପର୍କରେ ପାଞ୍ଚଟି ଗ୍ୟାଲେରି ସହ ପିଭିଟିଜ୍ ଗ୍ୟାଲେରି ରହିଛି। ଆହୁରି ମଧ୍ୟ ଜନଜାତି ପୂଜାପୀଠ, ଜନଜାତି ବାସଗୃହ, କାରୁକୃତୀ ଓ ବ୍ୟବହୃତ ବସ୍ତୁର ସମାହାର ସହ ଅଡିଟୋରିୟମ୍ ଆଦି ରହିଛି। ଭର୍ଚୁଆଲ୍‌ ମୋଡ୍‌ରେ ଆରମ୍ଭ ହୋଇଥିବା ୬ ମିନିଟ୍‌ର ବୃତ୍ତ ଚିତ୍ରରେ ଦର୍ଶକମାନେ ଜନଜାତି ସଂଗ୍ରହାଳୟ ସମ୍ପର୍କରେ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe