ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ, ଲୋକୋପାଇଲଟ୍‌ ସାମାନ୍ୟ ଆହତ

Advertisment
ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ, ଲୋକୋପାଇଲଟ୍‌ ସାମାନ୍ୟ ଆହତ

ରାୟଗଡ଼ା: ଟ୍ରେନ୍‌ ନମ୍ବର ୦୮୫୦୪ ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଆଜି ସନ୍ଧ୍ୟାରେ ଲାଇନ୍‌ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଟ୍ରେନ୍‌ର ଲୋକୋପାଇଲଟ୍‌ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୦୮୫୦୪ ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ କତବାଲାସା ନିକଟରେ ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ୍‌ର ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe