ସେପ୍ଟେମ୍ବର ୧୫ରୁ ଗଡ଼ିବ ବିଶାଖାପାଟଣା-ରାୟଗଡ଼ା ସ୍ବତନ୍ତ୍ର ଟ୍ରେନ୍ 

ଟ୍ରେନ ଧକ୍କାରେ ଦେଢ଼ବର୍ଷର ଶିଶୁ ମୃତ

ରାୟଗଡ଼ା: କରୋନା ପ୍ରକୋପ କମିବା ପରେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବିଶାଖାପାଟଣା-ରାୟଗଡ଼ା ରୁଟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଇଷ୍ଟକୋଷ୍ଟ୍ ରେଲୱେ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୧୫ ତାରିଖରୁ ଦୈନିକ ଏହି ଟ୍ରେନ୍ ଚାଲିବ। ପ୍ରତିଦିନ ବିଶାଖାପାଟଣାରୁ ସଂଧ୍ୟା ୬ଟାରେ ଟ୍ରେନ୍ ଛାଡ଼ି ରାତି ୧୦ଟା ୫ ମିନିଟରେ ରାୟଗଡ଼ା ଷ୍ଟେସନରେ ପହଞ୍ଚିବ। ସେହିପରି ପ୍ରତିଦିନ ଭୋର ୫ଟା ୪୦ ମିନିଟରେ ରାୟଗଡ଼ା ଛାଡ଼ି ସକାଳ ୧୦ଟାରେ ବିଶାଖାପାଟଣା ଷ୍ଟେସନରେ ପହଞ୍ଚିବ। ଉଭୟ ରୁଟରେ ଚଳାଚଳ ମଧ୍ୟରେ ଟ୍ରେନ୍ ସୀମାଞ୍ଚଳମ, କୋତାୱାଲସା, ବିଜୟନଗରମ, ଗଜପତିନଗରମ, ବବଲି, ପାର୍ବତୀପୁରମ୍, ପାର୍ବତୀପୁରମ ଟାଉନ୍ ଷ୍ଟେସନରେ ହିଁ ରହଣି କରିବ। ଟ୍ରେନରେ ୧୦ଟି ଦ୍ବିତୀୟ ଶ୍ରେଣୀ କୋଚ୍ ଓ ଦୁଇଟି ଦ୍ବିତୀୟ ଶ୍ରେଣୀ ସହ ଲଗେଜ୍ କୋଚ୍ ଯୋଡ଼ିହେବ ବୋଲି ୱାଲଟିୟାର୍ ଡିଭିଜନର ସିନିୟର ଡିଭିଜିନାଲ୍ କର୍ମସିଆଲ୍ ମ୍ୟାନେଜର୍ ଏ. କେ. ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe