ଏମ୍‌ସରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଏମ୍‌ସରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭଦ୍ରକ: ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅସୁସ୍ଥ ହୋଇ ଆଜି ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଗତ କିଛିଦିନ ତଳେ ଶ୍ରୀ ସେଠୀଙ୍କର ମଧୁମେହ, ରକ୍ତଚାପ ହଠାତ ବଢ଼ିଯିବାରୁ ସେ ଏମ୍‌ସରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଆଜି ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ଦଳର ବହୁ ବରିଷ୍ଠ ନେତା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଜିଲ୍ଲା ସାଧାରଣ ସଂପାଦକ ଶଶିକାନ୍ତ ବିଶ୍ବାଳ, ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ, ଅରବିନ୍ଦ ପତି, ଅଶୋକ ପୁହାଣ, ବୈକୁଣ୍ଠ ସାହୁ, ସାଧାରଣ ସଂପାଦକ ମନୋରଂଜନ ମଲ୍ଲିକ, ପୂର୍ବତନ ଜିଲ୍ଲା ପରି‌ଷଦ ସଭ୍ୟ ଉମାମଣି ସାହୁ, ରଂଜିତା ସ୍ବାଇଁ, ତପନ ମହାନ୍ତି ପ୍ରମୁଖ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ସେଠୀଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଉର୍ମିଳା ପାଣିଗ୍ରାହୀ ଓ ପୁଅ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଅଛନ୍ତି। ବିଷ୍ଣୁଙ୍କ ଆଶୁ ଆରୋଗ୍ୟ କାମନା କରି ଧାମନଗରରେ ଦଳୀୟ କର୍ମୀମାନେ ବିଭିନ୍ନ ମନ୍ଦିରରେ ପୂଜାପାଠ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe