Advertisment

ମୁଖ୍ୟମନ୍ତ୍ରୀ, ପାଣ୍ଡିଆନଙ୍କୁ ଖୋଲା ଟାର୍ଗେଟ୍‌ କଲେ ବିଶ୍ବଶର୍ମା: ‘ରତ୍ନଭଣ୍ଡାର ଚାବି ପାତାଳରୁ ବି ଖୋଜି ଆଣିବୁ’

Advertisment
ମୁଖ୍ୟମନ୍ତ୍ରୀ, ପାଣ୍ଡିଆନଙ୍କୁ ଖୋଲା ଟାର୍ଗେଟ୍‌ କଲେ ବିଶ୍ବଶର୍ମା: ‘ରତ୍ନଭଣ୍ଡାର ଚାବି ପାତାଳରୁ ବି ଖୋଜି ଆଣିବୁ’

ଲୋଇସିଂହା/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା ଏବଂ ଲୋଇସିଂହା ନିର୍ବାଚନମଣ୍ଡଳୀର ବୁଢ଼ୀପଦରଠାରେ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ଉପରେ ବର୍ଷିଛନ୍ତି। ସେ ଆରମ୍ଭରୁ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କରିଥିଲେ। ସ୍ବାଭିମାନୀ ଓଡ଼ିଆମାନେ ଏ ଦୁହିଁଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ସେ ଆହ୍ବାନ ଦେଇଥିଲେ। ସେ କହିଲେ, କେନ୍ଦ୍ର ସରକାର ଚାଉଳ ଦେଉଥିବା ବେଳେ ଅତି କମ୍‌ରେ ରାଜ୍ୟ ସରକାର ଅଧ କେଜି ଲେଖାଏଁ ଡାଲି ଦେଇଥିଲେ ଲୋକେ ଉପକୃତ ହୋଇଥାନ୍ତେ।

ରାଜ୍ୟରେ ନାମକୁ ମାତ୍ର ୫-ଟି ଯୋଜନାରେ ସ୍କୁଲ କଲେଜ ରୂପାନ୍ତରୀକରଣ ହୋଇଛି। ସ୍କୁଲ୍‌ରେ ଶିକ୍ଷକ ଅଭାବ ରହିଛି। ଏଠାରେ ନିଯୁକ୍ତି ନଥିବାରୁ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ୫-ଟି ଯୋଜନା କହାଯାଉଥିଲେ ହେଁ କେବଳ ୱାନ୍‌-ଟି ଶାସନ ଚାଲିଛି ବୋଲି ଶ୍ରୀ ବିଶ୍ବଶର୍ମା କହିଛନ୍ତି। ଜୁନ୍‌ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ନମିଳିଲେ, ପାତାଳରେ ଥିଲେ ବି ଚାବି ଖୋଜି ବିଜେପି ସରକାର ବାହାର କରିବ ବୋଲି ସେ କହିଛନ୍ତି। ଏହାସହ ବିଧାନସଭା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଓ ଲୋକସଭା ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓଙ୍କୁ ଭୋଟ୍‌ ଦେବାକୁ ସେ ନିବେଦନ କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ବଙ୍ଗୋମୁଣ୍ଡା ଖେଳ ପଡ଼ିଆରେ ଶ୍ରୀ ବିଶ୍ୱଶର୍ମା ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ସମାନ ଆଭିମୁଖ୍ୟ ରଖି ବର୍ଷିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe