ଦୃଷ୍ଟିବାଧିତ କାମ ଦେଲାନି: ପ୍ରାଚୁର୍ଯ୍ୟ ପାଇଲେ ଓଏଏସ୍‌

Advertisment
ଦୃଷ୍ଟିବାଧିତ କାମ ଦେଲାନି: ପ୍ରାଚୁର୍ଯ୍ୟ ପାଇଲେ ଓଏଏସ୍‌

ବରଗଡ଼: ଅନ୍ତର୍ଜାତୀୟ ପା‌ରାଚେସ୍‌ ତାରକା ପ୍ରାଚୁର୍ଯ୍ୟ ପ୍ରଧାନ ଏକ ବିରଳ ସଫଳତା ହାସଲ କରିଛନ୍ତି। ଓଏଏସ୍‌ ପରୀକ୍ଷାରେ ସେ ୨୯୨ ରୢାଙ୍କ ସହ କୃତକାର୍ଯ୍ୟ ‌ହୋଇଛନ୍ତି। ଏହି ସଫଳତା ହାସଲ କରିବାକୁ ପ୍ରାଚୁର୍ଯ୍ୟଙ୍କୁ ଭିନ୍ନ ଧରଣରେ ପ୍ରସ୍ତୁତି କରିବାକୁ ପଡ଼ିଥିଲା। ଓଏଏସ୍‌ ପରୀକ୍ଷା ପାଇଁ ସେ ଏକ ସ୍ବତନ୍ତ୍ର ସଫ୍ଟୱେୟାର ସହାୟତାରେ କମ୍ପ୍ୟୁଟର୍‌ରୁ ଶୁଣି ପ୍ରସ୍ତୁତି ଚଳାଇଥିଲେ। ଶତପ୍ରତିଶତ ଦୃଷ୍ଟିହୀନ ଥିଲେ ହେଁ କଠିନ ପରିଶ୍ରମ ଏବଂ ଏକାଗ୍ରତା ବଳରେ ସେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୮ ମସିହା ଏସିଆନ୍‌ ପରାଚେସ୍‌ର ପଦକ ବିଜେତା ପ୍ରାଚୁର୍ଯ୍ୟ ପୂର୍ବରୁ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏବେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି। ତାହା ସହିତ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ସତୀଭଟା ନିବାସୀ ରବିନାରାୟଣ ପ୍ରଧାନ ଏବଂ ଜୟନ୍ତୀ ପ୍ରଧାନଙ୍କ ସେ ସୁପୁତ୍ର ଅଟନ୍ତି। ବଡ଼ବାପା ନାଟ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ଚେସ୍‌ ଖେଳାଳି ପ୍ରଫେସର କେଶରଂଜନ ପ୍ରଧାନଙ୍କ ଠାରୁ ପ୍ରେରଣା ପାଇ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଜଣେ ଦିବ୍ୟାଂଗ ହେଲେ ବି ଏକାଗ୍ରତା ଏବଂ ଆତ୍ମବିଶ୍ବାସ ହିଁ ତାଙ୍କୁ ସଫଳତା ଦେଇଛି ବୋଲି ପ୍ରାଚୁର୍ଯ୍ୟ କୁହନ୍ତି। ଅନ୍ୟପକ୍ଷରେ ଚେସ୍‌ ଖେଳିବା ଦ୍ବାରା ତାଙ୍କୁ ଏକାଗ୍ରତା ଏବଂ ମାନସିକ ସ୍ଥିରତା ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe