ହାଇକୋର୍ଟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ

Advertisment
ହାଇକୋର୍ଟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ

ଭୁବନେଶ୍ୱର : ହାଇକୋର୍ଟ ବିଚାରପତି ଏସ୍. ତାଳପତ୍ର ଓ ଭି. ନରସିଂହା ଆଜି ଭୁବନେଶ୍ବର କୋର୍ଟ ପରିଦର୍ଶନ କରି ଓକିଲ ସଂଘ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଶେଷକରି, କୋର୍ଟର ବିଭିନ୍ନ ସମସ୍ୟା ଓ ଜିଲ୍ଲା କୋର୍ଟରେ ଦେଖା ଦେଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ପୂର୍ବାହ୍ନରେ ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟ ଗେଟ୍ ନଂ ୭ରେ ଓଟିଭି କେୟାର ସହଯୋଗରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି। ଏଥିରେ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇଁ, ସମ୍ପାଦକ ରାଜକିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହସମ୍ପାଦକ ରାଜେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ଦିବାକର ମିଶ୍ର, କାର୍ଯ୍ୟକାରୀ ସଭ୍ୟ ସବ୍ୟସାଚୀ ସୂତାର, ଅଭିନାଶ ମହାନ୍ତି, ଚିତ୍ରସେନ୍‌ ଶ୍ରୀଚନ୍ଦନ, କୁଲଦୀପ ରାଉତରାୟ, ଅଶୋକ ସାହୁ, ପ୍ରଦୀପ ପାଲ, ଦୀପ୍ତିରଞ୍ଜନ ଦଳାଇ, ଅମିତ୍ରା ସାହୁ, ବନ୍ଦିତା ସାମଲ, ବରିଷ୍ଠ ଆଇନଜୀବୀ ତାପସ ଦାସ, ଲିଙ୍ଗରାଜ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe