ଟ୍ରିବ୍ୟୁନାଲ୍ ଟିମ୍‌ ପରିଦର୍ଶନର ସମୟସାରଣୀ

Advertisment
ଟ୍ରିବ୍ୟୁନାଲ୍ ଟିମ୍‌ ପରିଦର୍ଶନର ସମୟସାରଣୀ

The New Indian Express

ସମ୍ବଲପୁର/ଝାରସୁଗୁଡା: ୧୯ ତାରିଖ ସନ୍ଧ୍ୟା ୭ଟାରେ  ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ। ୨୦ ତାରିଖ ସକାଳ ସାଢ଼େ ୮ଟାରେ  ଅଶୋକ ନିବାସରେ ବୃତ୍ତଚିତ୍ର ଉପସ୍ଥାପନ, ଡ୍ୟାମ୍‌ ଓ ହୀରାକୁଦ ଜଳଭଣ୍ଡାର ପରିଦର୍ଶନ କରିବେ। ସକାଳ ୯:୧୫ରେ ବାମ ସ୍ପିଲ୍‌ ୱେ, ଗେଟ୍‌ ଅପରେସନ୍‌, ବୁର୍ଲା ପାୱାର ହାଉସ୍‌ ପରିଦର୍ଶନ।  ମଧ୍ୟାହ୍ନ ଭୋଜନ (ହୀରାକୁଦ)  ପ୍ରସ୍ତାବିତ ବ୍ରାହ୍ମଣୀ-ମହାନଦୀ ଟିକିରା ସଂଯୋଗୀକରଣ ସ୍ଥଳ, ରମ୍ପିଲା ନିକଟସ୍ଥ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ ପରେ ଅଶୋକ ନିବାସ ଫେରିବେ। ୨୧ ତାରିଖ ସକାଳ ସାଢ଼େ ୮ଟାରେ ଚିପିଲିମା ପାୱାର ହାଉସ୍‌, ବରଗଡ଼ ମୁଖ୍ୟ କେନାଲ, ଅତାବିରା ଶାଖା କେନାଲ ଓ କମାଣ୍ଡ ଏରିଆ ପରିଦର୍ଶନ। ମଧ୍ୟାହ୍ନ ଭୋଜନ (ହୀରାକୁଦ)  ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌-ୱେ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିର ମୁଖ୍ୟ ନିୟନ୍ତ୍ରଣସ୍ଥଳୀ, ଶାସନ କେନାଲର ମୁଖ୍ୟ ନିୟନ୍ତ୍ରଣସ୍ଥଳୀ ପରିଦର୍ଶନ, ହୀରାକୁଦରେ ରାତ୍ରୀଯାପନ କରିବା ଯୋଜନା ରହିଛି। ୨୨ ତାରିଖ ସକାଳ ସାଢ଼େ ୮ଟାରେ  ଓପିଜିସି ଇବ୍‌ ଥର୍ମାଲ ପାୱାର ୟୁନିଟ୍‌ ପରିଦର୍ଶନ କରିବେ।  ମଧ୍ୟାହ୍ନ ଭୋଜନ (ଝାରସୁଗୁଡ଼ା) ଝାରସୁଗୁଡ଼ା   ସୁନ୍ଦରଗଡ଼ରେ ପ୍ରସ୍ତାବିତ ଇବ୍‌ ଡ୍ୟାମ୍‌ ପ୍ରକଳ୍ପ ପରିଦର୍ଶନ ପରେ ହୀରାକୁଦରେ ରାତ୍ରୀଯାପନ।

୨୩ ତାରିଖ ସକାଳ ସାଢ଼େ ୮ଟା  ପଦ୍ମପୁରରେ ଜଳଖିଆ ସାରିବା ପରେ ସାଇପଲା ଡ୍ୟାମ୍‌ ପରିଦର୍ଶନ କରି ନୂଆପଡ଼ା ଯିବେ। ମଧ୍ୟାହ୍ନ ଭୋଜନ (ନୂଆପଡ଼ା) ଉପର ଜୋଙ୍କ୍‌ ଡ୍ୟାମ୍‌ ପରିଦର୍ଶନ ପରେ ହୀରାକୁଦକୁ ଫେରି ରାତ୍ରୀଯାପନ। ୨୪ ତାରିଖ ସକାଳ ୭:୦୦ରେ ରେଢ଼ାଖୋଲରେ ଜଳଖିଆ ସାରିବା ପରେ ଟିକରପଡ଼ା ଫରେଷ୍ଟ ଆଇବି ପହଞ୍ଚିବେ।  ମଧ୍ୟାହ୍ନ ଭୋଜନ (ଟିକରପଡ଼ା) ଟିକରପଡ଼ା, ସାତକୋଶିଆ, ଟିକରପଡ଼ା ଡ୍ୟାମ୍‌ ପରିଦର୍ଶନ ପରେ ଭୁବନେଶ୍ବର ଫେରିବେ। ୨୫ ତାରିଖ  ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ୨୬ ତାରିଖ ସକାଳ ସାଢ଼େ ୮ଟାରେ   ହୋଟେଲ ମେଫେୟାରରେ ମହାନଦୀ ତ୍ରିକୋଣଭୂମିର ବୃତ୍ତ ଚିତ୍ର ଉପସ୍ଥାପନ। ମୁଣ୍ଡଳୀ, ପୁରୀ ମୁଖ୍ୟ କେନାଲ ପରିଦର୍ଶନ, ମହାନଦୀରେ ସାପୁଆ ନଦୀ ମୁହାଣସ୍ଥଳୀ, ମହାନଦୀ ସୌନ୍ଦର୍ଯ୍ୟକରଣ, କାଠଯୋଡ଼ି ଓ ନରାଜ ବ୍ୟାରେଜ୍‌ ପରିଦର୍ଶନ। ମଧ୍ୟାହ୍ନ ଭୋଜନ (କଟକ) ମହାନଦୀ ବ୍ୟାରେଜ୍‌, ବିରୂପା ବ୍ୟାରେଜ୍‌ ଓ ଯୋବ୍ରାରେ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ।

୨୭ ତାରିଖ ସାଢ଼େ ୭ଟାରେ ସାତପଡ଼ାରେ ଚିଲିକା ହ୍ରଦ ପରିଦର୍ଶନ, ସିଡିଏ ଇଣ୍ଟରପ୍ରିଟେସନ୍ ସେଣ୍ଟରରେ ଚିଲିକା ଡକ୍ୟୁମେଣ୍ଟାରୀ ଦେଖିବେ।  ମଧ୍ୟାହ୍ନ ଭୋଜନ (ଚିଲିକା)  ଗବକୁଣ୍ଡ ଜେଟ୍ଟି, ଚିଲିକାରୁ ସମୁଦ୍ର ମୁହାଣ ପରିଦର୍ଶନ ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ। ୨୮ ତାରିଖ ସକାଳ ସାଢ଼େ ୮ଟାରେ   ଦୟା, ଭାର୍ଗବୀ ନଦୀର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ରାମଚଣ୍ଡୀରେ କୁଶଭଦ୍ରାର ମୁହାଣ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ  ମଧ୍ୟାହ୍ନ ଭୋଜନ (କୋଣାର୍କ)। ପରେ ଭୁବନେଶ୍ବର ଫେରି ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe