ଏଣିକି ରାତି ୯ଟା ଯାଏ ସମଲେଶ୍ବରୀଙ୍କ ଦର୍ଶନ

Advertisment
ଏଣିକି ରାତି ୯ଟା ଯାଏ ସମଲେଶ୍ବରୀଙ୍କ ଦର୍ଶନ

ସମ୍ବଲପୁର: ଏଣିକି ଭକ୍ତମାନେ ରାତି ୯ଟା ପର୍ଯ୍ୟନ୍ତ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିପାରିବେ। ଆଜି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ଼ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ କୁମାର ବାବୁ କହିଛନ୍ତି ଯେ ପୂଜକମାନଙ୍କ ସହମତିକ୍ରମେ ଆଜି ବୈଠକରେ ସମଲେଶ୍ବରୀ ମନ୍ଦିରର ସାଧାରଣ ଭକ୍ତଙ୍କ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି।

ଆସନ୍ତାକାଲି ଅର୍ଥାତ ୨ ଜୁନ୍ ଗୁରୁବାରଠାରୁ ମନ୍ଦିର ସକାଳ ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ (ଦିବା ଅନ୍ନଭୋଗ, ସାନ୍ଧ୍ୟ ଆଳତି ଓ ରାତ୍ର ଅନ୍ନଭୋଗ ସମୟ ନିର୍ଘଣ୍ଟ ବ୍ୟତୀତ) ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ରାତ୍ର ୯ଟା ଘଣ୍ଟା ସମୟରେ ମାଁ ସମଲେଶ୍ବରୀଙ୍କ ପାଖରେ ଅନ୍ନଭୋଗ ଲାଗିଲା ପରେ ପହଡ଼ ପଡ଼ି ପରବର୍ତ୍ତୀ ଦିନ ସକାଳ ଆଳତି ପରେ ସକାଳ ୬ଟାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅନ୍ନଭୋଗ ଲାଗିବା ସମୟରେ ଦର୍ଶନ ବନ୍ଦ ରହିବ। ସେହିପରି ରାତି ୮ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାନ୍ଧ୍ୟ ଆଳତି ପାଇଁ ମଧ୍ୟ ଦର୍ଶନ ବନ୍ଦ ରହିବ ବୋଲି ଟ୍ରଷ୍ଟବୋର୍ଡ ସଭାପତି ଶ୍ରୀ ବାବୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe