ସୂର୍ଯ୍ୟମନ୍ଦିରରୁ ପଡ଼ି ପର୍ଯ୍ୟଟକ ଗୁରୁତର

Advertisment
ସୂର୍ଯ୍ୟମନ୍ଦିରରୁ ପଡ଼ି ପର୍ଯ୍ୟଟକ ଗୁରୁତର

Telegraph India

କୋଣାର୍କ : ଆଜି ଅପରାହ୍ଣରେ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ମନ୍ଦିରର ନାଟ୍ୟମଣ୍ଡପରୁ ତଳକୁ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି। ସେ ‌ହେଲେ, ଭୁବନେଶ୍ବରର ସୁବାସିନୀ ମାହାଲି(୨୨)। ତାଙ୍କୁ ତୁରନ୍ତ କୋଣାର୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସୁବାସିନୀ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସିଥିଲେ। ମନ୍ଦିରର ନାଟମନ୍ଦିର ବୁଲୁଥିବା ସମୟରେ ସେ ଅସାବଧାନତାବଶତଃ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିବା ସହ ସେ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe