୧୩ ଜିଲ୍ଲାର ଏମ୍‌ଡିଏମ୍‌ରେ ଭିଟାମିନଯୁକ୍ତ ଚାଉଳ; ୨୬ ହଜାର ମେଟ୍ରିକ ଟନ୍‌ କ୍ରୟ, ସବୁ ଜିଲ୍ଲାର ସ୍କୁଲ ପିଲାଙ୍କ ପାଇଁ କାର୍ଯ୍ୟକାରୀ ନିର୍ଦେଶ

Advertisment
ମିଲର୍ସଙ୍କଠାରୁ ମାତ୍ରାଧିକ ଭିଟାମିନ ଚାଉଳ କ୍ରୟ: ନିଲମ୍ବିତ ହୋଇପାରନ୍ତି ବରଗଡ଼ ମୁଖ୍ୟ ସିଏସଓ

ଭୁବନେଶ୍ବର : ଲକ୍‌ଡାଉନରେ ବିକଟ ହୋଇଛି ରକ୍ତହୀନତା। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ୨୦୧୯-୨୧ରେ ଏହା ସ୍ପଷ୍ଟ ହୋଇଛି। କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଏହି ସ୍ଥିତି ରହିଛି। ଏଥିଯୋଗୁଁ ଭିଟାମିନଯୁକ୍ତ ଚାଉଳ ବା ଫର୍ଟିଫାଏଡ ରାଇସ୍‌ ସ୍କୁଲ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଦିଆଯାଉଛି। ଓଡ଼ିଶା ୧୩ଟି ଜିଲ୍ଲାର ୨୬ ହଜାର ୮୭୨ ମେଟ୍ରିକ ଟନ୍‌ର ଚାଉଳ କ୍ରୟ ଆରମ୍ଭ କରିଛି। ଏଥିରେ ୪୪ ଲକ୍ଷ ପିଲା ଉପକୃତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଖୁବ ଶୀଘ୍ର ଅନ୍ୟ ଜିଲ୍ଲାରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ। ୨୦୧୭ ମସିହାରେ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ଗଜପତି ଏବଂ ଢେଙ୍କାନାଳରେ ଭିଟାମିନଯୁକ୍ତ ଚାଉଳ ବିତରଣ ଆରମ୍ଭ ହୋଇଥିଲା। ନଭେମ୍ବର ମାସରେ ମାଲକାନଗିରିରେ ଯୋଜନାର ଉଦ୍‌ଘାଟନ ହୋଇଥିଲା।

ସାଧାରଣ ଚାଉଳରେ ଆଇରନ, ଭିଟାମିନ-ବି ୧୨ ଏବଂ ଫୋଲିକ ଏସିଡର ସ୍ବତନ୍ତ୍ର ମିଶ୍ରଣକୁ ଫର୍ଟିଫାଏଡ ରାଇସ୍‌ ବା ଭିଟାମିନଯୁକ୍ତ ଚାଉଳ କୁହାଯାଏ। ଅର୍ଥାତ ୧୦୦ ଗ୍ରାମ ଚାଉଳ ଥିଲେ ସେଥିରେ ୧ ଗ୍ରାମ ଏହି ଭିଟାମିନ ଥାଏ। ଆଇରନ ଅଭାବରୁ ରକ୍ତହୀନତା ବଢୁଛି, ଖୁବ କମ ସମୟରେ ଏହି ଚାଉଳ ତାର ମୁକାବିଲା କରିପାରିବ ବୋଲି ସରକାର ଆଶା କରିଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ଚାଉଳ କଳଗୁଡ଼ିକୁ ସ୍ବତନ୍ତ୍ର ଭାବରେ ଏହି ଚାଉଳ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଥିପାଇଁ ଅତିରିକ୍ତ ଟଙ୍କା ଖର୍ଚ ହୋଇଛି। ବର୍ତ୍ତମାନ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପ୍ରତି ବିଦ୍ୟାର୍ଥୀଙ୍କ ଘରକୁ ଯାଇ ସାଧାରଣ ଚାଉଳ ବଦଳରେ ଏହି ଚାଉଳ ଦିଆଯାଉଛି। ପ୍ରାଥମିକ ସ୍କୁଲ ବିଦ୍ୟାର୍ଥୀଙ୍କୁ ୧୦୦ ଗ୍ରାମ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ବିଦ୍ୟାର୍ଥୀଙ୍କୁ ୧୫୦ ଗ୍ରାମ ଦିଆଯାଉଛି। ପଶ୍ଚିମ ଓଡ଼ିଶାରେ ୨ଟି ସ୍ଥାନରେ ସ୍ବତନ୍ତ୍ର ଭାବରେ ଭିଟାମିନଯୁକ୍ତ ଚାଉଳ ପାଇଁ ଦୁଇଟି ପ୍ଲାଣ୍ଟ ନିର୍ମାଣ ନେଇ ଯୋଜନା ଥିବା ଜଣାପଡ଼ିଛି। ବିତରଣ ବ୍ୟବସ୍ଥାରେ ମଧ୍ୟ ଏହି ଚାଉଳ ସାମିଲ ନେଇ ଆଶା କରାଯାଉଛି। ସୂଚନା ଅନୁଯାୟୀ, ରାଜ୍ୟରେ ୬୪.୨ ପ୍ରତିଶତ ୬ରୁ୫୯ ମାସର ଶିଶୁ। ମାଲକାନଗିରି ଜିଲ୍ଲାର ସର୍ବାଧିକ ୭୮.୭ ପ୍ରତିଶତ, ବାଲେଶ୍ବର ଜିଲ୍ଲାର ସର୍ବନିମ୍ନ ୪୩.୨ ପ୍ରତିଶତ ରହିଛି। ୧୫ରୁ ୪୯ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ୬୧.୮ ପ୍ରତିଶତଙ୍କ ନିକଟରେ ରକ୍ତହୀନତା ଦେଖାଯାଇଛି। କିଶୋରୀଙ୍କ ମଧ୍ୟରେ ରକ୍ତହୀନତା ବେଶି ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe