ଓଡ଼ିଶାର ସାଢ଼େ ୪କୋଟି ଲୋକ ହେଉଛନ୍ତି ନବୀନଙ୍କ ପରିବାରର ସଦସ୍ୟ: ଭି‌ କେ ପାଣ୍ଡିଆନ୍

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କଳାହାଣ୍ଡିରେ ଆରମ୍ଭ ହେଲା ବିଜେଡିର ପ୍ରଚାର

ଓଡ଼ିଶାର ସାଢ଼େ ୪କୋଟି ଲୋକ ହେଉଛନ୍ତି ନବୀନଙ୍କ ପରିବାରର ସଦସ୍ୟ: ଭି‌ କେ ପାଣ୍ଡିଆନ୍

ରୁପ୍ରା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ନିଜର ପରିବାରର ସଦସ୍ୟ ଭାବରେ ଦେଖନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା କ୍ଷେତ୍ର ଅଧୀନ ଯୋରାଡୁବରା ଠାରେ ଆୟୋଜିତ ଜନସଭାରେ ବିଜେଡି ନେତା ଭ‌ି.କେ ପାଣ୍ଡିଆନ୍‌ ଶନିବାର ଦିନ ଏହା କହିଛନ୍ତି। ନିର୍ବାଚନ ପ୍ରଚାର ଆଳରେ ଶ୍ରୀ ପାଣ୍ଡିଆନ୍‌ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ବିକାଶର ହିସାବ ଦେଇଥିଲେ। ନବୀନ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜନହିତକର ଯୋଜନାର ହିସାବ ଦେଉଛି ବୋଲି ମତବ୍ୟକ୍ତ କରିଥିଲେ। ତତ୍ ସଙ୍ଗେ ବିରୋଧୀ ଦଳ ଗୁଡ଼ିକ ଭୋଟ୍ ସମୟରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ୍ ପାଇବା ପରେ ଦେଇଥିବା ପ୍ରତିଶ୍ରୁତି ଭୁଲି ଆଆନ୍ତି ବୋଲି କହିଥିଲେ। ମୁଁ କିନ୍ତୁ ଆପଣମାନଙ୍କୁ ଭୋଟ୍ ପରେ ପୁଣି ଭେଟିବାକୁ ଆସିବି ଓ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରିବି। ଏଣୁ ଆପଣମାନେ ଆପଣଙ୍କ ବହୁମୂଲ୍ୟ ଭୋଟ୍ ଯୋଡାଶଙ୍ଖରେ ବଟନ୍ ଦବାଇ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ୍ ଓ ନର୍ଲା ବିଧାୟକ ପ୍ରାର୍ଥିନୀ ମନୋରମା ମହାନ୍ତିଙ୍କୁ ଜୟଯୁକ୍ତ କରିବେ ବୋଲି ଆହ୍ୱାନ ଦେଇଥିଲେ।

publive-image

ଏହି କାର୍ଯ୍ୟକ୍ରମରେ ବିଜେଡିର ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ୍ ଓ ନର୍ଲା ବିଧାୟକ ପ୍ରାର୍ଥିନୀ ମନୋରମା ମହାନ୍ତି, ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓରଫ୍ ମୁନା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଟିକେଲାଲ୍ ସାହୁ, ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଇଲେକ୍ସନ୍ ଏଜେଣ୍ଟ୍ ସରୋଜ କୁମାର ରାଉତ, ବିଜେଡିର ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ଉପସଭାପତି ବିଜୁ ଛାତ୍ର ଜନତା ଦଳ ଅଜିତ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଭ୍ୟା ନମ୍ରତା ସାହୁ ଓ ଲିଲି ଦୀପଙ୍କ ସମେତ ବିଜେଡିର ସମସ୍ତ ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତି ଯୋଗ ଦେଇଥିଲେ।

ସମାବେଶରେ ନର୍ଲା ବିଧାନସଭା କ୍ଷେତ୍ର ଅଧୀନ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଂଗ୍ରେସ ଓ ବିଜେପିର ପ୍ରାୟ ୨୦ରୁ ଊର୍ଦ୍ଧ୍ଵ ସରପଞ୍ଚ, ୨୦୦ରୁ ଅଧିକ ଅନ୍ୟ ଦଳର କର୍ମୀମାନେ ବିଜେଡିରେ ଯୋଗ ଦେଇଥିଲେ। ସମସ୍ତ ନବାଗତ ସଦସ୍ୟମାନଙ୍କୁ ପାଣ୍ଡିଆନ୍ ବିଜେଡିର ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ସମାବେଶରେ ୧୫ ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe