ଭିକେ ପାଣ୍ଡିଆନ-ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟବାସୀ ଝୁରୁଛନ୍ତି: ଶୁଭାଶିଷ ଖୁଣ୍ଟିଆ

ବିଜେଡିରେ ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ମନ୍ତବ୍ୟ ଏବେ ରାଜ୍ୟ ରାଜ‌ନୈତିକ ମହଲକୁ ସରଗରମ କରିଛି...

VK Pandian-Sujatha Karthikeyan are missed by the people of the state: Subhasish Khuntia

VK Pandian-Sujatha Karthikeyan are missed by the people of the state: Subhasish Khuntia Photograph: (sambad.in)

ଭୁବନେଶ୍ବର: ବିଜେଡିରେ ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ମନ୍ତବ୍ୟ ଏବେ ରାଜ୍ୟ ରାଜ‌ନୈତିକ ମହଲକୁ ସରଗରମ କରିଛି। ସେ କହିଛନ୍ତି ନୂତନ ଓଡ଼ିଶା ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଥିଲା ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ଦୁଇ ଦମ୍ପତି ଉଦ୍ୟମ କରିଛନ୍ତି। ପୁରୀର ଅନେକ ବିକାଶ ହୋଇଛି।  ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ବିକାଶ ହୋଇଛି। ମହିଳାମାନେ ଏବେ ପୂର୍ବ ସରକାରଙ୍କ କାମକୁ ଝୁରୁଛନ୍ତି।

ଯିଏ କାମ କରିଛନ୍ତି ତାଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ଅଛି। ନୂତନ ଓଡ଼ିଶା ପାଇଁ ତାଙ୍କ ଅବଦାନ ରହିଛି। ଏକଥା ଅସ୍ବୀକାର କରାଯାଇ ପାରିବ ନାହିଁ। ଲୋକଙ୍କର ଜୀବନ ସାରା ମନେ ରହିବ। 

ଚର୍ଚ୍ଚାର କୌଣସି ମାନେ ନାହିଁ। ଯାହା ହେବ ସମସ୍ତେ ଜାଣିବେ। ଯିଏ ଭଲ କାମ କରିଛନ୍ତି ଲୋକେ ତାଙ୍କୁ ମନେ ପକାଉଛନ୍ତି। ନବୀନ ପଟନାୟକଙ୍କ ନିଷ୍ପତ୍ତି ଅନୁସାରେ ସବୁ ଚାଲିଛି। ସେ ଯାହା ନିଷ୍ପତ୍ତି ନେବେ ତାକୁ ଦଳର ସମସ୍ତେ ମାନିବେ। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଚାଲିଛନ୍ତି ନବୀନ ପଟ୍ଟନାୟକ। ସବୁ ବରିଷ୍ଠଙ୍କୁ ଦଳ ସମ୍ମାନ ଦେଉଛି। ସମସ୍ତଙ୍କୁ ନେଇ ନବୀନ ବାବୁ ଚାଲିଛନ୍ତି ଆଗକୁ ବି ଚାଲିବେ ବୋଲି ଶୁଭାଶିଷ କହିଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ ନେଇ ସେ କହିଛନ୍ତି। ସେପ୍ଟେମ୍ବର ୯ରେ ନିର୍ବାଚନ ହେବ। ନବୀନ ପଟ୍ଟନାୟକ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ। ନବୀନ ପଟ୍ଟନାୟକ ସବୁ ବେଳେ ରାଜ୍ୟର ସ୍ବାର୍ଥ କଥା ଚିନ୍ତା କରିଛନ୍ତି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଯାହା ଠିକ୍ ତାହା ନିଷ୍ପତ୍ତି ନେବେ। ସେ ପ୍ରତି ମୁହୂର୍ତ୍ତରେ ଓଡ଼ିଶା କଥା ଚିନ୍ତା କରୁଛନ୍ତି। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଶୁଭାଶିଷ କହିଛନ୍ତି।

VK Pandian | Sujata R Karthikeyan | subhasish khuntia | BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe