ଇନ୍ଦୁପୁର : ଯୁକ୍ତ ୨ ଧନ୍ଦାମୂଳକ ଶିକ୍ଷାରେ ୫୪୧ ନମ୍ୱର୍ ରଖି ରାଜ୍ୟରେ ଟପର ହୋଇଛନ୍ତି କେନ୍ଦ୍ରାପଡା ଜୁନିୟର କଲେଜ ଛାତ୍ରୀ ମୈତ୍ରୀ ରାଉତ। ଆର୍ଥିକ ଅନାଟନ ସତ୍ତ୍ବେ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରି ମୈତ୍ରୀ ଏହି ସଫଳତା ପାଇଛନ୍ତି। ସେ ଦିନକୁ ପାଖାପାଖି ୧୨ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ସହଜରେ ଶିକ୍ଷା ଯୋଗାଇ ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି ସେ। ମୈତ୍ରୀଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ୍ ନିକିରାଇ ମଠସାହିରେ ହୋଇଥିବା ବେଳେ ପିତା ରବିନ୍ଦ୍ର ରାଉତ ଜଣେ ଚାଷୀ ଓ ମା ଗୃହିଣୀ। ଝିଅକୁ ରେଭେନ୍ସା କଲେଜରେ ପଢାଇବାକୁ ଆଶା ରଖିଛନ୍ତି ପିତାମାତା। କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ତ୍ରିପାଠୀ କହିଛନ୍ତି, ମୈତ୍ରୀଙ୍କ ସଫଳତା ଜିଲ୍ଲା ତଥା ମହାବିଦ୍ୟାଳୟ ପାଇଁ ଗର୍ବ ଆଣି ଦେଇଛି। ଅଧ୍ୟାପକ କେ.ଭି ମହାପାତ୍ର, ଶିକ୍ଷକ ପ୍ରଦୀପ୍ତ ବୋଷ ଓ ପିତାମାତାଙ୍କ ସମର୍ଥନ ପାଇଁ ସେ ଏହି ସଫଳତା ପାଇଛନ୍ତି ବୋଲି ମୈତ୍ରୀ କହିଛନ୍ତି।
ଧନ୍ଦାମୂଳକ ଶିକ୍ଷାରେ ମୈତ୍ରୀ ରାଜ୍ୟ ଟପର : ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ
Advertisment
Follow Us