ଆନ୍ଦୋଳନକାରୀଙ୍କ ସ୍ୱର ଦମନ କରିବ ଭଏସ ଜାମର

Advertisment

ପ୍ରଥମ ପର୍ଯ୍ୟା‌ୟରେ ୪ଟି, ସବୁ ଜିଲ୍ଲା ଏସ୍‌ପିଙ୍କୁ ପଠାଯିବ

ପ୍ରଥମ ପର୍ଯ୍ୟା‌ୟରେ ୪ଟି, ସବୁ ଜିଲ୍ଲା ଏସ୍‌ପିଙ୍କୁ ପଠାଯିବ

ଆନ୍ଦୋଳନକାରୀଙ୍କ ସ୍ୱର ଦମନ କରିବ ଭଏସ ଜାମର

ଭୁବନେଶ୍ୱର : ଆନ୍ଦୋଳନକାରୀଙ୍କ ସ୍ୱର ଦମନ କରିବ ଭଏସ୍‌ ଜାମର। ରାଲି, ଶୋଭାଯାତ୍ରାରେ ଯେତେ ଉତ୍ତେଜିତ ଭାଷଣ ହେଉ କି ନାରାବାଜି କଲେ ବି କାହାରି ସ୍ୱର କାହାକୁ ଶୁଣାଯିବ ନାହିଁ। ବିକ୍ଷୋଭକାରୀଙ୍କ ସ୍ୱରକୁ ଭଣ୍ଡୁର କରିବ ଭଏସ୍‌ ଜାମର। ଏହାକୁ ରସିୟାନ ସାଇରନ୍‌ ବୋଲି କୁହାଯାଏ। ଏହି ସାଇରନ୍‌ ଆକ୍ଟିଭ୍‌ ହେବା ମାତ୍ରେ ୫ ଶହ ମିଟର ପରିସୀମା ଭିତରେ ଥିବା ସମସ୍ତ ମାଇକ୍‌କୁ ଭଣ୍ଡୁର କରିହେବ। କେବଳ ପ୍ରଚଣ୍ଡ ବିରକ୍ତିକର ଶବ୍ଦ ହେବ। ଗୁରୁବାର ଦିନ ରାଜଧାନୀରେ ବିଜେଡି ଓ ବିଜେପି ବିକ୍ଷୋଭ ବେଳେ ଏହି ସାଇରନ୍‌କୁ ବ୍ୟବହାର କରାଯାଇଥିଲା। ଫଳରେ ଅତି ବିରକ୍ତିକର ଶବ୍ଦ ଶୁଣାଯାଇଥିଲା। କାନ ସମ୍ପୂର୍ଣ୍ଣ ବଧିର ହୋଇପଡ଼ୁଥିଲା। ଏହାକୁ ପରୀକ୍ଷାମୂଳକ ଭାବେ କମିସନରେଟ୍‌ ପୁଲିସ ବ୍ୟବହାର କରିଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଭଏସ୍‌ ଜାମର ଅଣାଯାଇଛି। ଆଗକୁ ସାରା ରାଜ୍ୟରେ ବ୍ୟବହାର କରାଯିବ। ପ୍ରତି ଜିଲ୍ଲାର ଏସ୍‌ପି ଅଫିସ୍‌କୁ ଏହି ଜାମର ପଠାଯିବ।

ଦିନକୁ ଦିନ ଆନ୍ଦୋଳନଗୁଡ଼ିକ ତୀବ୍ର ହେଉଛି। ମୁଖିଆ, ଆଗଧାଡିର ନେତା, ଛାତ୍ରନେତାଙ୍କ ଉତ୍ତେଜିତ ଭାଷଣ ଓ ନାରାବାଜିରେ ଆନ୍ଦୋଳନକାରୀ ଉତ୍ତେଜିତ ହୋଇ ଆକ୍ରମଣାତ୍ମକ ହେଉଛନ୍ତି। ଏସବୁରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ପୁଲିସ ଏଭଳି ପନ୍ଥା ଆପଣାଇଛି। ଫଳରେ ଆନ୍ଦୋଳନକାରୀ ଆକ୍ରମଣାତ୍ମକ ହେବା ବଦଳରେ ବିରକ୍ତି ହୋଇ ଫେରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe