ଭୁବନେଶ୍ବର : ଶ୍ରୀମନ୍ଦିର ଚାରିପଟେ ନିରାପତ୍ତା ବଳୟ ସୃଷ୍ଟି ପାଇଁ ରାଜ୍ୟ ସରକାର ସ୍ବେଚ୍ଛାକୃତ ଭାବେ ଜମି ଦେବା ଲାଗି ଯେଉଁ ଅନୁରୋଧ କରିଥିଲେ, ସେ କ୍ଷେତ୍ରରେ ମିଳିଥିବା ସଫଳତାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିଥିଲେ । ୭୫ ପ୍ରତିଶତ ଘରୋଇ ଜମି ସ୍ବେଚ୍ଛାକୃତ ଭାବେ ସ୍ଥାନୀୟ ବାସିନ୍ଦା ପ୍ରଦାନ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ ଜମି ଅଧିଗ୍ରହଣ କ୍ଷେତ୍ରରେ ଏଭଳି ସଫଳତା ବିରଳ। ଏହପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବେଚ୍ଛାକୃତ ଜମି ବିକ୍ରୟ ବ୍ୟବସ୍ଥାର ସମୟସୀମା ଆଉ ଏକ ସପ୍ତାହ ବଢ଼ାଇ ଦିଆଯାଇଛି। ଗତକାଲି ଏହି ସମୟସୀମା ଶେଷ ହେଉଥିବା ବେଳେ ଡିସେମ୍ବର ୯ ଯାଏ ସ୍ବେଚ୍ଛାକୃତ ଘରୋଇ ଜମି ବିକ୍ରି ସୀମାକୁ ବୃଦ୍ଧି କରାଯାଇଛି।
ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ, ‘ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ସ୍ଥାବର ସଂପତ୍ତିକୁ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭହୋଇଛି। ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦି ପ୍ରକ୍ରିୟାରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ମହାପ୍ରଭୁଙ୍କ ପାଇଁ ନିଜ ନିଜର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ,ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣା ଯୋଗୁଁ ଏହା ସମ୍ଭବ ହୋଇଛି।’
Follow Us