ସାହାଯ୍ୟ କରିବା ନାଁରେ ଗରିବଙ୍କୁ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଚୂନ ଲଗାଇଲା ସ୍ଵେଚ୍ଛାସେବୀ ସଂଗଠନ

Advertisment
ସାହାଯ୍ୟ କରିବା ନାଁରେ ଗରିବଙ୍କୁ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଚୂନ ଲଗାଇଲା ସ୍ଵେଚ୍ଛାସେବୀ ସଂଗଠନ

Twitter

କଟକ: ସ୍ଵେଚ୍ଛାସେବୀ ସଂଗଠନ ନାଁରେ ଗରିବ ଲୋକଙ୍କୁ ରାସନଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଜିନିଷ ଯୋଗାଇ ଦେବାକୁ କହି ଚୂନ ଲଗାଇଛି ଏକ ସଂଗଠନ। ଏ ନେଇ ଆଜି କିଛି ମହିଳା ଲାଲବାଗ୍ ଥାନାରେ ଅଭିଯୋଗ କରିଛନ୍ତି।

ବକ୍ସି ବଜାରର ପୂର୍ଣ୍ଣିମା ସିଂଙ୍କ ଅଭିଯୋଗ ମୁତାବକ, ଗତ ଫନି ବାତ୍ୟା ସମୟରେ ଶିଲା ଡେଭିଡ୍ ନାୟକ ନାମକ ଜଣେ ମହିଳା ଆମ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ଭାଇଙ୍କର ଭୁବନେଶ୍ଵରରେ କାର୍ଗୋ ଡ଼ଟ୍ ନେଟ ନାମରେ ଏକ ସ୍ବେଚ୍ଛସେବୀ ସଂଗଠନ ରହିଛି। ସେହି ସଂଗଠନକୁ ବିଭିନ୍ନ ସମୟରେ ବିଦେଶରୁ ବିପୁଳ ପରିମାଣରେ ଫଣ୍ଡ୍ ଆସୁଛି, ଯାହାକୁ ସେମାନେ ସାମାଜିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ତେବେ କରୋନା ସମୟରେ ଶିଲା ମୋ ସହାୟତାରେ କିଛି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ମିଶିଥିଲେ। କରୋନା ସମୟରେ ସେହି ସ୍ଵେଚ୍ଛାସେବୀ ସଂଗଠନ ମାତ୍ର ୨୫୦୦ ଟଙ୍କାରେ ବର୍ଷକ ପାଇଁ ରାସନ୍ ଯୋଗାଉଛି ବୋଲି କହିଥିଲା । ତେଣୁ ଗରିବ ପରିବାରକୁ ସେହି ଯୋଜନାରେ ଯୋଡ଼ିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରବର୍ତ୍ତାଇ ଥିଲେ ଶିଲା। ପ୍ରାୟ ୩୦୦ରୁ ଅଧିକ ଗରିବ ପରିବାର ସେହି ଯୋଜନାରେ ଯୋଡ଼ି ହୋଇ ୨୫୦୦ ଟଙ୍କା ଲେଖାଏଁ ଦେଇଥିଲେ। ସେମାନଙ୍କୁ ୩/୪ ମାସ ରାସନ୍ ଦେବା ପରେ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନ ରାସନ୍ ଦେବା ବନ୍ଦ କରି ଦେଇଥିଲା। ଆଉ ସେହି ବାବଦରେ ପଚାରିବାରୁ ଫଣ୍ଡ ବିଦେଶରୁ ଆସୁନାହିଁ ବୋଲି କହିଥିଲେ ଶିଲା ।

କେବଳ ସେତିକି ନୁହେଁ ସିଲାଇ ମେସିନ୍ ଯୋଗାଇ ଦେବା, ଝିଅ ବାହାଘର କରାଇଦେବା, ଶସ୍ତାରେ ଜମି ଯୋଗାଇ ଦେବା, ଘର କରିଦେବା, ଚାକିରି ଯୋଗାଇ ଦେବା କହି ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଠକେଇ କରିଛି ସେହି ସଂଗଠନ। କେବଳ ବକ୍ସିବଜାର ନୁହେଁ ସହରର ସାମନ୍ତ ସାହି, ନୂଆ ବଜାର ଆଦି ଅଞ୍ଚଳରୁ ମହିଳାଜଣକ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଚୂନ ଲାଗାଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe