ଭୋସ-୯୨ର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ

Advertisment
ଭୋସ-୯୨ର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ

ଭୁବନେଶ୍ୱର : ବାଣୀବିହାର ପୁରାତନ ଛାତ୍ର ସଂସଦ (ଭୋସ-୯୨) ପକ୍ଷରୁ ବନ୍ଧୁମିଳନ, କର୍ମକର୍ତା ନିର୍ବାଚନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହିଦନଗରସ୍ଥିତ ଏକ ହୋଟେଲରେ ପ୍ରିୟବ୍ରତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର କର୍ମକର୍ତାଙ୍କ ସମେତ ବହୁସଂଖ୍ୟାରେ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପୂର୍ବତନ ସମ୍ପାଦକ ସମିତା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ପ୍ରଣବ ଦାସ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ କର୍ମକର୍ତା ନିର୍ବାଚନରେ ପ୍ରିୟବ୍ରତ ମହାନ୍ତି ପୁନର୍ବାର ସଭାପତି ନିର୍ବାଚିତ ହୋଇଥିବା ବେଳେ ପୁଷ୍ପଜିତ ମହାପାତ୍ର ଉପସଭାପତି, ଗଦାଧର ରଥ ସମ୍ପାଦକ, ବଙ୍କିମ ତ୍ରିପାଠୀ ସହକାରୀ ସମ୍ପାଦକ, ପ୍ରଣବ କୁମାର ଦାସ କୋଷାଧ୍ୟକ୍ଷ, ସୁମିତା ସରକାର ଓ ବିମ୍ବାଧର ସେଠୀ କାର୍ଯ୍ୟକାରୀ ସଦସ୍ୟ, ହିମାଂଶୁ ଶେଖର ସ୍ୱାଇଁ ଅଡ଼ିଟର ଏବଂ ପୀତବାସ ଜେନା ଆବାହକ ଭାବେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକ୍ରମରେ ପୁରାତନ ଛାତ୍ରୀ ସସ୍ମିତା ପୃଷ୍ଟି ଓ ସୁଧାକର ଜାଲି ସଙ୍ଗୀତ ପରିବେଷଣ କରିଥିଲେ। ମନୋଜ କୁମାର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe