ଭୋଟ୍‌ ପୂର୍ବରୁ ଭୋଟ୍‌! ଇନ୍ଦିରାନଗରର ଭିଡିଓ ଭାଇରାଲ, ପ୍ରଶାସନ ଚୁପ୍‌

ଭୋଟ୍‌ ପୂର୍ବରୁ ଭୋଟ୍‌! ଇନ୍ଦିରାନଗରର ଭିଡିଓ ଭାଇରାଲ, ପ୍ରଶାସନ ଚୁପ୍‌

ବଲାଙ୍ଗୀର : ପୌର ନିର୍ବାଚନ ବିଗୁଲ ବାଜିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା। ଭୋଟ ପୂର୍ବରୁ ଭୋଟ ହୋଇଛି। ତାହା ପୁଣି ବଲାଙ୍ଗୀର ପୌରାଞ୍ଚଳ ୨୦ ନଂ ୱାର୍ଡ ଇନ୍ଦିରାନଗରରେ। କିଏ ହେବ ପ୍ରାର୍ଥୀ ଓ କେଉଁ ଦଳକୁ କରାଯିବ ସମର୍ଥନ ସେ ନେଇ ଭୋଟିଂ ହୋଇଥିବା କୁହାଯାଉଛି। ଏବେ ଭୋଟ୍‌ ପୂର୍ବରୁ ଭୋଟ୍‌ର ଭିଡିଓ ଭାଇରାଲ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଇନ୍ଦିରା ନଗର ପନାବାସୀ ରାଧାକୃଷ୍ଣ ମନ୍ଦିରରେ ଭୋଟିଂ ବୁଥ କରିଥିଲେ। ସେଠାରେ କାଉନସିଲର କାହାକୁ କରାଯିବ ଏବଂ କେଉଁ ଦଳକୁ ଭୋଟ ଦେବେ ସେ ନେଇ ଭୋଟିଂ ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡୁଛି। ଭିଡିଓ ଗତକାଲିର ବୋଲି ଜଣାପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପଚାପ ବସିଛି।

ସୂଚନାଯୋଗ୍ୟ ଯେ ସରକାରୀ ଜାଗାରେ ଇନ୍ଦିରାନଗରପଡ଼ା ଗଢ଼ି ଉଠିଥିଲା। ପ୍ରଶାସନ ବି ସବୁ ସୁବିଧା ସୁଯୋଗ ଦେଇଥିଲା। କିଛି ମାସ ତଳେ ସରକାରୀ ଜାଗାରେ ଘର କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିଲା। କିଛି ଲୋକଙ୍କୁ ମଧ୍ୟ ଉଚ୍ଛେଦ କରିସାରିଛି ପ୍ରଶାସନ। ଏଭଳି ସ୍ଥିତିରେ ପଡ଼ାବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପୁଣି ଥରେ ପଡ଼ାରେ ବିଚାର କରାଯାଇ ପଡ଼ାର ଯେଉଁ ଦଳକୁ ବେଶି ଭୋଟ ଯିବ ସେହି ଦଳକୁ ନିର୍ବାଚନରେ ସମର୍ଥନ ଦେବେ ବୋଲି ଭୋଟ କରିଥିଲେ। ପୂରା ଭୋଟିଂ ଯେମିତି ହୁଏ ସେମିତି ହୋଇଥିଲା। ମଣ୍ଡପରେ ଭୋଟ ବାକ୍ସ ରଖାଯାଇଥିଲା। ସେଥିରେ ସମସ୍ତେ ବିଭିନ୍ନ ଚିହ୍ନକୁ ଭୋଟ ଦେଇଥିଲେ। ଗୋଟିଏ ଦଳର ଚିହ୍ନରେ ଅଧିକ ଭୋଟ ପଡ଼ିବାରୁ ତାକୁ ସମସ୍ତେ ସମର୍ଥନ ଦେବେ ବୋଲି ଜଣାପଡ଼ିଛି। ପଡ଼ାର ଲୋକେ ଏ ନେଇ କିଛି କହିନଥିଲେ ବି ଏକତା ଭାବ ରଖି ଆଗକୁ ନିଜ ଜାଗାବାଡ଼ି ବଂଚାଇବାକୁ ଏଭଳି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ଅପରପଟେ ପ୍ରଶାସନ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe