ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଲେ ବିଧାୟିକା; ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର

ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଲେ ବିଧାୟିକା; ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ବ୍ଲକ୍ ଧାରୁଆଡିହି ଥାନା ଅନ୍ତର୍ଗତ ଖେରିଆକାନି, ବାଦଲପରା, ଗିରେଲଡୁଙ୍ଗରି, ଗୁଏଲଝୁମ୍ପା, ଜାମଢିପାପରା, କୁଅଁରମାଲକୁ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟରାସ୍ତା ଶୋଚନୀୟ ହୋଇପଡ଼ିଛି। ବର୍ଷା ଦିନେ କାଦୁଅ ଓ ଖରାରେ ଧୂଳିମୟ ହୋଇ ବର୍ଷ ବର୍ଷ ଧରି ଯାତାୟତରେ ସମସ୍ୟା ସୃଷ୍ଟି କରି ଆସୁଛି। ଅଞ୍ଚଳବାସୀ ପଞ୍ଚାୟତ ଅଫିସ, ବ୍ଲକ, ଏଏନଏମ ସେଣ୍ଟର, ମଝାପଡ଼ା ସ୍ଥିତ ଲ୍ୟାମ୍ପସ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କୁଲୁଟା ଆର୍ ଆଇ ଅଫିସ ସମେତ ଅନ୍ୟାନ୍ୟ ସରକାରୀ ତଥା ବେସରକାରୀ ଅଫିସକୁ ଯିବାକୁ କଲବଲ ହେଉଥିବାରୁ ପ୍ରତିବାଦରେ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

ବହୁ ବାର ପ୍ରଶାସନ, ନେତାଙ୍କୁ ଗୁହାରି କରି କରି ଥକିଯିବା ପରେ ଏ ଚରମ ନିଷ୍ପତ୍ତି ନେଇଥିଲେ। ପରେ ଖବର ପାଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଉକ୍ତ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିଛନ୍ତି। ଜରୁରୀଭିତ୍ତିରେ ରାସ୍ତା ମରାମତି ଓ ନିର୍ବାଚନ ପରେ ପକ୍କା ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେବା ପରେ ଲୋକେ ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଥିଲେ। ବିଧାୟିକାଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଞ୍ଜନା ପଟେଲ, ବିଧାୟିକା ପ୍ରତିନିଧି ରାଜକୁମାର କିସାନ, ମଝାପଡ଼ା ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ହରିପ୍ରିୟା ପଟେଲ, ତନ୍ମୟ ପୁରୋହିତ, ଟଙ୍କଧର ନିଖଣ୍ଡିଆ, ତେଜରାଜ ବୁଡ଼ା, ପବନ ବାଘଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe