ଆଜିଠୁ ଭୋଟ ଗଣତି ପ୍ରଶିକ୍ଷଣ

Advertisment
ଆଜିଠୁ ଭୋଟ ଗଣତି ପ୍ରଶିକ୍ଷଣ

thestatesman.com

ଭୁବନେଶ୍ବର : ଆସନ୍ତା ୨୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଭୋଟ ଗଣତି ନେଇ ଭୁବନେଶ୍ବରରେ ରିଟର୍ଣ୍ଣିଂ ଅଫିସରଙ୍କୁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ଆସନ୍ତାକାଲି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ସ୍ବତନ୍ତ୍ର ମଡେଲ ଭୋଟଗଣତି କେନ୍ଦ୍ରରେ ୧୫ ଜିଲ୍ଲାର ୭୦ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଛି। ୧୩ ଓ ୧୪ ତାରିଖ ଦୁଇଦିନ ବ୍ୟାପି ଭୁବନେଶ୍ବରରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଆସନ୍ତା ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ସମ୍ପୃକ୍ତ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ଦେବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ଉଲ୍ଲେଖଥାଉକି, ଚଳିତ ଥର ନିର୍ବାଚନରେ ଇଭିଏମ ସହିତ ଭିଭିପାଟରେ ମତଦାନ ଗ୍ରହଣ କରାଯାଇଥିବାରୁ ଭୋଟ ଗଣତି ବେଳେ ଯେପରି ନିର୍ଭୁଲ ଭାବେ ଇଭିଏମ ଓ ଭିଭିପାଟ ମେସିନର ରେକର୍ଡ଼ି ସହିତ ଭିଭିପାଟରୁ ବାହାରିଥିବା ଚିରକୁଟ ସହିତ ମେଳ କରାଯିବ ସେଥିପାଇଁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe