‌‌ଭୋଟର୍‌-ଆଧାର ସଂଯୋଗୀକରଣ ପାଇଁ ବୁଲିଲା ସଚେତନତା ରଥ

Advertisment
‌‌ଭୋଟର୍‌-ଆଧାର ସଂଯୋଗୀକରଣ ପାଇଁ ବୁଲିଲା ସଚେତନତା ରଥ

Times of India

ଭୁବନେଶ୍ଵର : ନିର୍ଭୁଲ୍‌ ଭୋଟର୍‌ ତାଲିକା ପ୍ରସ୍ତୁତ ଲକ୍ଷ୍ୟରେ ସରକାର ଆରମ୍ଭ କରିଥିବା ଆଧାର-ଭୋଟର୍‌ ପରିଚୟପତ୍ର ସଂଯୋଗୀକରଣ କାର୍ଯ୍ୟକ୍ରମରେ ସହରୀ ଭୋଟର୍‌ ସହଯୋଗ କରୁନାହାନ୍ତି। ତେଣୁ ଏନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଏକ ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି। ଏହାସହ ବିଭିନ୍ନ ଆପାର୍ଟମେଣ୍ଟର ଭୋଟର୍‌ମାନଙ୍କୁ ସଚେତନ ଓ ଉତ୍ସାହିତ କରିବା ଜେଡ୍‌-୧ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଗୃହ), ଶତ୍ରୁଘନ କରଙ୍କ ସମେତ ସୁପରଭାଇଜର, ବୁଥ୍‌ ସ୍ତରୀୟ ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟର୍‌ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ଯେ ଏହି ରଥ ଭୁବନେଶ୍ବର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀର ଭୋଟର୍‌ମାନଙ୍କୁ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଆଧାର ନମ୍ବରକୁ ଭୋଟର ତାଲିକାରେ ସଂଯୋଗୀକରଣ ପାଇଁ ସଚେତନତା ସୃଷ୍ଟି କରିବ। ମତଦାତାମାନେ ସଂପୃକ୍ତ ବୁଥସ୍ତରୀୟ ଅଧିକାରୀମାନଙ୍କୁ ଦେଇ ଏହା କରିପାରିବେ କିମ୍ବା ଅନ୍‌ଲାଇନ୍ ଜରିଆରେ ମଧ୍ୟ କରିପାରିବେ। nvsp.in କିମ୍ବା voterportal.eci.gov.in ରେ ଫର୍ମ ଦାଖଲ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe