କାଲିମେଳା : କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି-୭୪ ଗ୍ରାମ ସ୍ଥିତ ବୁଥରେ ଆଜି ମତଦାନ ସମୟରେ ଅଭାବନୀୟ ଘଟଣା ଘଟିଛି। ଏହି କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିବା ନାଲାଗୁଣ୍ଠି ଗ୍ରାମର ଭୀମା କବାସୀ (୬୦)ଙ୍କ ମୃତ୍ୟୁ ହୋଇଯାଇଛି। ସେ ଆଜି ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଧାଡ଼ିରେ ଠିଆ ହୋଇଥିଲେ। ବହୁ ସମୟ ଧରି ଅପେକ୍ଷା କରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ନିକଟସ୍ଥ ଗୋଟିଏ ଗଛମୂଳକୁ ଚାଲି ଯାଇଥିଲେ। ଏହାପରେ ଆଉ ସେ ବସିବା ସ୍ଥାନରୁ ଉଠି ନଥିଲେ।
ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ
Advertisment
Follow Us