ଭୋଟର ତାଲିକା ସଂଶୋଧନ : ୭ରେ ସ୍ୱତନ୍ତ୍ର ଅଭିଯାନ ଦିବସ

Advertisment
ଭୋଟର ତାଲିକା ସଂଶୋଧନ : ୭ରେ ସ୍ୱତନ୍ତ୍ର ଅଭିଯାନ ଦିବସ

ଭୁବନେଶ୍ୱର : ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁସାରେ ରାଜ୍ୟରେ ଭୋଟର ଚାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ ହୋଇଛି। ଭୋଟର ଚାଲିକାରେ ନାମ ଯୋଗ କରିବା, ବାଦ୍ ଓ ସଂଶୋଧନ କରିବା ପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଭୋଟରମାନେ ଚଳିତମାସ ୩୧ତାରିଖ ସୁଦ୍ଧା ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନ କରିପାରିବେ।

ଭାରତ ନିର୍ବାଚନ ଆ‌େୟାଗ ଚଳିତବର୍ଷକୁ ‘ସୁଗମ ନିର୍ବାଚନ’ ଭାବେ ଘୋଷଣା କରିଛନ୍ତି। ଏହାସହ ଆଜିର ତାରିଖକୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ ଦିବସ ଭାବେ ପରିଗଣିତ କରିଛନ୍ତି। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଭିନ୍ନକ୍ଷମ ବ୍ୟକ୍ତିମାନେ ଏହି ସ୍ବତନ୍ତ୍ର ଅଭିଯାନ ଦିବସରେ ସେମାନଙ୍କ ନାମ ପଞ୍ଜୀକରଣ ଓ ସଂଶୋଧନ କରିବା ପାଇଁ ବୁଥସ୍ତରୀୟ ଅଧିକାରୀ ଓ ଗ୍ରାମ ପଞ୍ଚାୟତ ଅଧିକାରୀ ଉପସ୍ଥିତ ରହିବ ଆବେଦନକୁ ଗ୍ରହଣ କରିଥିଲେ। ଏହି ସ୍ବତନ୍ତ୍ର ଅଭିଯାନ ଦିବସରେ ରାଜ୍ୟ‌େର ବହୁ ସଂଖ୍ୟାରେ ଭିନ୍ନକ୍ଷମ ବ୍ୟକ୍ତି ଯୋଗ ଦେଇଥିଲେ।

ସେହିପରି ଆସନ୍ତା ୭ତାରିଖକୁ ସ୍ବତନ୍ତ୍ର ଅଭିଯାନ ଦିବସ ଭାବେ ଘୋଷଣା କରାଯାଇଛି। ଏହି ଦିବସରେ ଭୋଟର ତାଲିକାରେ ନାମ ଯାଞ୍ଚ, ପଞ୍ଜୀକରଣ, ବାଦ୍ ଓ ସଂଶୋଧନ କରିବା ପାଇଁ ଭୋଟରମାନେ ସଂପୃକ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ବୁଥସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମରେ କିମ୍ବା www.ceoorissa.nic.inରେ ଅନଲାଇନ୍ ଆବେଦନ କରିବା ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe