ଭୋଟର ତାଲିକା ସଂଶୋଧନ: ନିର୍ବାଚନ ଅଧିକାରୀ, ପ୍ରଶାସନ ଓ ରାଜନୈତିକ ଦଳ ମଧ୍ୟରେ ଆଲୋଚନା

ସଂଶୋଧନ ବେଳେ ରାଜନୈତିକ ଦଳର ଏଜେଣ୍ଟ ସାଥିରେ ରହିବାକୁ ପରାମର୍ଶ

ଭୋଟର ତାଲିକା ସଂଶୋଧନ: ନିର୍ବାଚନ ଅଧିକାରୀ, ପ୍ରଶାସନ ଓ ରାଜନୈତିକ ଦଳ ମଧ୍ୟରେ ଆଲୋଚନା

ଖୋର୍ଦ୍ଧା: ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଗ୍ରଗତି ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ, ପ୍ରଶାସନ ଓ ରାଜନୈତିକ ଦଳ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅପରାହ୍‌ଣରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲାପାଳ ନିର୍ବାଚନ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ସହ ବିଜେଡି , କଂଗ୍ରେସ, ଆମ ଆଦିମ୍‌ ପାର୍ଟିରୁ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଭୋଟର ତାଲିକା ସଂଶୋଧନର ଅଗ୍ରଗତି ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ ରାଜନୈତିକ ଦଳଗୁଡ଼ିକୁ ଅବଗତ କରାଇଥିଲେ। ବୁଥସ୍ତରୀୟ ଅଧିକାରୀ ଘରଘର ବୁଲି ଭୋଟରା ତାଲିକା ସଂଶୋଧନ କିଭଳି କରୁଛନ୍ତି ସେନେଇ ଅତିରିକ୍ତ ଜିଲ୍ଲାପାଳ ବେଉରା ତଥ୍ୟରଖିଥିଲେ।

ଏହି ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଦଳର ତୃଣମୂଳସ୍ତରର କର୍ମକର୍ତା ଓସଦସ୍ୟମାନେ ସହଯୋଗ କରିବା ସହ ଏହା କିଭଳି ନିରପେକ୍ଷ, ସ୍ବଚ୍ଛ ଓ ତ୍ରୁଟି ଶୂନ୍ୟ ହେବ ସେନେଇ ପଦକ୍ଷେପ ନେବାକୁ କହିଥିଲେ। ୫ ନଭେମ୍ବର, ୧୧ ନ‌ଭେମ୍ବର, ୧୯ ନଭେମ୍ବର, ୨୫ ନଭେମ୍ବରରେ ବୁଥସ୍ତରୀୟ କ୍ଷେତ୍ର ଅଧିକାରୀ ଫର୍ମ-୬, ଫର୍ମ-୭, ଫର୍ମ-୮ ପୂରଣ ନିମନ୍ତେ ବୁଥସ୍ତରକୁ ଯିବେ, ଏହି ସମୟରେ ରାଜନୈତିକ ଦଳର ଏଜେଣ୍ଟମାନେ ‌ତାଙ୍କ ସହ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଆଲୋଚନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଦୀପ୍ତି ରଂଜନ ସେଠୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୭ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଏହା ୯ ଡିସେମ୍ବରରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe