ଅପେକ୍ଷା କଲେ, ଭୋଟର୍‌ ଆସିଲେନି

Advertisment
ଅପେକ୍ଷା କଲେ, ଭୋଟର୍‌ ଆସିଲେନି

କୁଚିଣ୍ଡା : ସଂରକ୍ଷିତ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀରେ ମଂଗଳବାର ଶାନ୍ତିପୂର୍ଣ୍ଣ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ, ଜମନକିରା ବ୍ଲକ୍‌ର ୩ଟି ବୁଥ୍‌ରେ ଭୋଟ୍ ବର୍ଜନ ହୋଇଛି। ଡିମ୍ବିରିମୁଣ୍ଡା ପଞ୍ଚାୟତର ଲେପେଇକାନି (ବୁଥ ନଂ ୧୮୭), ବାମଣ୍ଡାଗଡ (ବୁଥ୍ ନଂ ୧୮୮), କରଙ୍ଗାମାଲ (ବୁଥ୍ ନଂ ୧୯୧)ରେ ଲମ୍ବୋଦର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଭୋଟ ବର୍ଜନ କରାଯାଇଛି। କରଙ୍ଗାମାଲ ବୁଥରେ ଭୋଟ ବର୍ଜନ ଏବଂ ଭୋଟ ଦେବାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ସିରିଡ଼ ପଞ୍ଚାୟତର କିଛି ମତଦାତା କରଂଗାମାଳ କେନ୍ଦ୍ରକୁ ଭୋଟ୍ ଦେବାକୁ ଆସିଥିବାରୁ ଭୋଟ୍ ବର୍ଜନ ନିଷ୍ପତ୍ତିକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ, ଲମ୍ବୋଦର ପ୍ରକଳ୍ପ ବିରୋଧରେ ଗଠନ ହୋଇଥିବା ସଂଘର୍ଷ ସମିତି ପକ୍ଷରୁ ସେମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଏହାପରେ ମତଦାତାମାନେ ଭୋଟ୍ ନ ଦେଇ ଫେରି ଯାଇଥିଲେ। ଏହି ୩ଟି ବୁଥ୍‌ରେ ପ୍ରାୟ ୨୫୦୦ ମତଦାତା ଭୋଟ୍ ଦେଇ ନଥିଲେ। ଏନେଇ ନିର୍ବାଚନ କମିସନଙ୍କୁ ଏକ ରିପୋର୍ଟ ଦିଆଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, କୁଚିଣ୍ଡା ନିର୍ବାଚନମଣ୍ଡଳୀର ବହୁ ସ୍ଥାନରେ ମତଦାନ ପ୍ରକ୍ରିୟାରେ ମନ୍ଥରତା ପରିଲକ୍ଷିତ ହୋଇଛି। ଗୋବିନ୍ଦପୁର, ବରିହା ଗଡ଼ପୋଷ, ବଡ଼ମୁଣ୍ଡାଲୋଇ ଆଦି ସ୍ଥାନରେ ସଂଧ୍ୟା ୭ଟା ପରେ ବି ମତଦାନ ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe