ବଦଳିଛି ଭୋଟରଙ୍କ ମୁଡ୍‌, ଯୁବ ଚେହେରାଙ୍କୁ ଭରସା କଲେ ମତଦାତା

ବରଗଡ଼: ଦିନେ ପରେ ସରିବ ପ୍ରଚାର, ଅନ୍ଧାରୀ ବିଜେ ପାଇଁ ଛକାପଞ୍ଝା

DNA India

ବିଶୋଇ: ନଗଦ ପଞ୍ଚାୟତ ନିର୍ବାଚନ ସରିଛି। ତେବେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଅଧୀନ ବିଶୋଇ ବ୍ଲକ୍‌ର ଫଳାଫଳକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଯାହା ଫଳାଫଳ ଆସିଛି, ସେଥିରୁ ଜଣାପଡ଼ିଛି ଯେ ଏଥର ବ୍ଲକ୍‌ରେ ପୁରୁଖା ତଥା ଅଭିଜ୍ଞ ନେତାଙ୍କୁ ପଛରେ ପକାଇ ଅନେକ ନୂଆ, ଅନଭିଜ୍ଞ ତଥା ଯୁବ ପ୍ରାର୍ଥୀ ବିଭିନ୍ନ ଆସନରେ ଭଲ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି।

ବିଶୋଇ ବ୍ଲକ୍‌ର ୧୩ଟି ପଞ୍ଚାୟତରେ ମତଦାନ ହୋଇଥିଲା। ଅନେକ ଅଭିଜ୍ଞ ତଥା ପୁରୁଖା ନେତାଙ୍କ ସହ ନୂଆ ଓ ଅନଭିଜ୍ଞ ଯୁବକ ଯୁବତୀ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଥିଲେ। ଗୋଟିଏ ପଟେ ଅଭିଜ୍ଞ ତଥା ପୁରୁଖା ନେତାମାନେ ପୁରୁଣା ଢାଞ୍ଚାରେ ଲୋକଙ୍କ ପାଖକୁ ଯାଇ ଭୋଟ୍‌ ମାଗିଥିବା ବେଳେ ଅନ୍ୟପଟେ ଯୁବ ପ୍ରାର୍ଥୀମାନେ ନୂଆ ନୂଆ ରଣକୌଶଳ ଅପଣାଇ ଥିଲେ ଏବଂ ନିଜ ନିଜ ଆଡ଼କୁ ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ସେମାନେ ପ୍ରଚାର ପାଇଁ ବିଶେଷ କରି ସୋସିଆଲ୍‌ ମିଡିଆର ବ୍ୟବହାର କରିଥିଲେ। ଦେଖାଗଲା ଯୁବ ଗୋଷ୍ଠୀ ସେମାନଙ୍କ ଉଦ୍ୟମରେ ସଫଳ ହେଲେ।

ବ୍ଲକ୍‌ର ୩୩ ନଂ ଜିଲ୍ଲା ପରିଷଦ ଆସନରେ ଜେଏମ୍ଏମ୍ ପ୍ରାର୍ଥୀ ଶୀତଲ କିସ୍କୁ ନିର୍ବାଚିତ ହୋଇଛନ୍ତି। ସେ ୭ ଜଣ ଅଭିଜ୍ଞ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି। ସେହିପରି ବ୍ଲକ୍‌ର ୧୩ଟି ପଞ୍ଚାୟତ ମଧ୍ୟରୁ ବିଶୋଇରେ କରୁଣା ସାଗର ମାର୍ଣ୍ଡି, ଲୁହାକାନିରେ ସଲମା ଟୁଡୁ, ଖଡ଼ମବେଡ଼ାରେ ସୋମମବାରି ସିଂ, ଯୋଡ଼ିଆରେ ସାବିତ୍ରୀ ସୋରେନ, ସାନ ପୁରୁଣାପାଣିରେ ଭବାନୀ ସୋରେନ, ଜଗନ୍ନାଥପୁରରେ ରାଇମଣି ନାଏକ, ବନେଇକଳାରେ ମାଳତୀ ମାଝୀ, ନୂଆଗାଁରେ ପୂର୍ଣ୍ଣଚନ୍ଦ୍ର ନାଏକ ନିର୍ବାଚନ ଜିତି ନୂତନ ତଥା ଯୁବ ସରପଞ୍ଚ ଭାବେ ଉଭା ହୋଇଛନ୍ତି। ସେହିପରି ୧୩ଟି ପଞ୍ଚାୟତ ମଧ୍ୟରୁ ବିଶୋଇରେ କାଶୁ ମାଝୀ, ଲୁହାକାନିରେ ଦିଲ୍ଲୀପ ଗିରି, ବାଉତିବେଡ଼ାରେ କୁନିରାଣୀ ବେହେରା, ଖଡ଼ମବେଡ଼ାରେ ବାସନ୍ତୀ ହାଁସଦା, ନୂଆଗାଁରେ ଲିନା ଟୁଡୁ, ସାନ ପୁରୁଣାପାଣିରେ ସଜନୀ ସୋରେନ, ବନେଇକଳାରେ ସାବିତ୍ରୀ ପୂର୍ତ୍ତି ଯୁବ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ଅକ୍ଳାନ୍ତ ପରିଶ୍ରମ ସହ ଯୁବ ସଙ୍ଗଠନକୁ ମଜବୁତ କରି ନିର୍ବାଚନ ଜିତିଥିବା ଯୁବ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟମାନେ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ କାମ କରିବେ ବୋଲି କହିଛନ୍ତି। ସେମାନଙ୍କ ବିଶ୍ବାସଭାଜନ ପାଇଁ ଭୋଟ୍‌ ମାଗିବା ବେଳେ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ତେବେ ଏହି ଯୁବ ଜନପ୍ରତିନିଧିମାନେ ସେମାନଙ୍କ ପ୍ରତିଶ୍ରୁତି କେତେ ରଖିପାରୁଛନ୍ତି ଏବଂ ଲୋକଙ୍କ ପ୍ରିୟପାତ୍ର ହୋଇ ପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe