ବିଧାୟକଙ୍କ ଓଜନର ମିଠା ବାଣ୍ଟିଲେ ମତଦାତା

ବିଧାୟକଙ୍କ ଓଜନର ମିଠା ବାଣ୍ଟିଲେ ମତଦାତା

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋହେଲା, ଭଟଲି ଓ ଅମ୍ବାଭୋନା ଅଂଚଳରେ ହିଂସା ହଟାଇ ଶାନ୍ତିସ୍ବରୂପ ରାମରାଜ୍ୟ ପ୍ରତିଷ୍ଠା ସଂକଳ୍ପ ନେବାକୁ ଭଗବାନଙ୍କଠାରେ ମାନସିକ କରି ବାହୁଡା଼ ଦିନ କଣ୍ଡପଲା ଗ୍ରାମରେ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ତାଙ୍କ ସମାନ ଓଜନର ମିଠା ବାଣ୍ଟିଲେ କଣ୍ଡପଲା ଗ୍ରାମର ସଚେତନ ମତଦାତା ହରିଶ୍ଚନ୍ଦ୍ର ନାୟକ। ଭଟଲି ବିଧାନସଭା ପରିସରଭୁକ୍ତ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଅରାଜକତା, ହିଂସା, ଗୁଣ୍ଡାରାଜ ତଥା ଦୁର୍ନୀତିର ମୂଳୋତ୍ପାଟନ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭଗବାନଙ୍କଠାରେ ଶ୍ରୀ ନାୟକ ମାନସିକ କରିଥିଲେ। ନିଜସ୍ବ ସଞ୍ଚିତ ଅର୍ଥରେ ସେ ପ୍ରାୟ ୬୦ କେଜି ମିଠା ପ୍ରସ୍ତୁତ କରିଥିଲେ।

ବାହୁଡ଼ାଯାତ୍ରା ଅବସରରେ କଣ୍ଡପଲା ଗ୍ରାମ ଦାଣ୍ଡରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କୁ ତରାଜୁରେ ଗୋଟିଏ ପାର୍ଶ୍ୱରେ ରଖି ଅପର ପାର୍ଶ୍ବରେ ସମାନ ଓଜନର ମିଠା ରଖି ଗ୍ରାମର ଆବାଳବୃଦ୍ଧବନିତାଙ୍କୁ ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ଗୁନାରୁ ପଧାନ, ଦେବାର୍ଚ୍ଚନ ମଲ୍ଲିକ, ପ୍ରହଲ୍ଲାଦ ଖମାରୀ, ସକ୍ରାଜିତ ସାହୁ, ଯୋଗୀନ୍ଦ୍ର ମିଶ୍ର, ପ୍ରଶାନ୍ତ ପଧାନ, ପୀତାମ୍ବର ବେହେରା, ନିତ୍ୟାନନ୍ଦ ବେହେରା, ଡୋଳାମଣୀ ସା, ଫଗୁଲାଲ ନାୟକ, ସୁନ୍ଦରଲାଲ ନାୟକ, ସୁମନ୍ତ ପଧାନ, ଖଗେଶ୍ବର ପଧାନ, ପ୍ରଫୁଲ୍ଲ ପଧାନ, ରିଙ୍କୁ ସାହୁଙ୍କ ସମେତ ବିଜେପି କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe