iNews
ଭୁବନେଶ୍ବର : ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏହିଦିନ କର୍ମଚାରୀଙ୍କୁ ଛୁଟି ମିଳିବ। ଯେଉଁ କର୍ମଚାରୀଙ୍କର ଯେଉଁ ଦିନ ଭୋଟ୍ ଥିବ ସେଦିନ ତାଙ୍କୁ ସବୈତନିକ ଛୁଟି ମିଳିବ। ଏହା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିଳ୍ପ ସଂସ୍ଥା, ଦୋକାନ, ବ୍ୟବସାୟିକ ଅନୁଷ୍ଠାନ ଆଦି ପାଇଁ ଲାଗୁ ହେବ। କର୍ମଚାରୀମାନେ ଗୋଟିଏ ଦରଖାସ୍ତ ଦେଇ ଛୁଟି ନେଇପାରିବେ। ଯଦି ଉପରିସ୍ଥ ଅଧିକାରୀ ଛୁଟି ମଞ୍ଜୁର ନକରିବେ ତେବେ ଏହା ଏକ ଅପରାଧ ଭାବେ ଗଣତି ହେବ। ଏନେଇ ଶ୍ରମ ଏବଂ ଇଏସ୍ଆଇ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ ସମସ୍ତ ଆର୍ଡିସି, ଜିଲ୍ଲାପାଳ, ପିଏସ୍ୟୁ, କର୍ପୋରେସନ୍, ଶ୍ରମ ଆଇନ୍ ଅନ୍ତର୍ଗତ ସମସ୍ତ ସଂସ୍ଥାକୁ ଚିଠି ଲେଖିଛନ୍ତି।
Follow Us