ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୨୫ଟି ସ୍ଥାନରେ ମତଦାନ ପ୍ରଭାବିତ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଗତ ୧୬ ତାରିଖ ଦିନ ହୋଇଥିବା ମତଦାନ ୪ ଜିଲ୍ଲାର ୨୫ଟି ସ୍ଥାନରେ ପ୍ରଭାବିତ ହୋଇଛି। ଏହି ସ୍ଥାନଗୁଡ଼ିକରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଜିଲ୍ଲାପାଳ ମାନେ ବୁଥ୍‌ ରିଗିଂ ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିସନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ସଦର ବ୍ଲକ ଚଣ୍ଡିଗାଁ ପଞ୍ଚାୟତର ୧,୨,୩ ଓ ୪ ନମ୍ବର ଓ୍ଵାର୍ଡରେ ମତଦାନ ପ୍ରଭାବିତ ହୋଇଥିଲା। ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ କେନ୍ଦୁଆପଡ଼ା ପଞ୍ଚାୟତର ୧୫ ନମ୍ବର ଓ୍ଵାର୍ଡରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଥିଲା। ସେହିପରି ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକର ନିହଳପ୍ରସାଦ ପଞ୍ଚାୟତର ୨, ୬, ୭ ଓ ୧୧ ନମ୍ବର ଓ୍ଵାର୍ଡରେ ମତଦାନ ପ୍ରଭାବିତ ହୋଇଥିଲା।

ଯାଜପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୁଜନପୁର ପଞ୍ଚାୟତର ୧ ନମ୍ବର ଓ୍ଵାର୍ଡ, ଏରାବାଙ୍କ ପଞ୍ଚାୟତର ୨ ଓ ୩ ନମ୍ବର ଓ୍ଵାର୍ଡ, ରୁଦ୍ରପୁର ପଞ୍ଚାୟତର ୪, ୫ ଓ ୧୨, ଛତିଶଦେବିଲ ପଞ୍ଚାୟତର ୧ ନମ୍ବର ଓ୍ଵାର୍ଡ, ଜହଲପଡ଼ା ପଞ୍ଚାୟତର ୧୦ ନମ୍ବର ଓ୍ଵାର୍ଡ, ଆରବଳା ପଞ୍ଚାୟତର ୮ ନମ୍ବର ଓ୍ଵାର୍ଡ, ଧର୍ମଶାଳା ବ୍ଲକ୍‌ ଦେଓଡା ପଞ୍ଚାୟତର ୬ ଓ ୭ ନମ୍ବର ଓ୍ଵାର୍ଡରେ ମତଦାନରେ ବିଭ୍ରାଟ ଦେଖାଯାଇଥିଲା।

ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଚପାମାଣିକ ପଞ୍ଚାୟତର ୯ ନମ୍ବର ଓ୍ଵାର୍ଡ, କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ପଞ୍ଚାୟତର ୮ ନମ୍ବର ଓ୍ଵାର୍ଡ ଏବଂ କଣାସ ବ୍ଲକ ବଡାଳ ପଞ୍ଚାୟତର ୫, ୭ ଓ ୮ ନମ୍ବର ଓ୍ଵାର୍ଡରେ ମତଦାନରେ ବିଭ୍ରାଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe