ବିଜେପୁର ଉପନିର୍ବାଚନ: ସକାଳ ୭ଟାରୁ ମତଦାନ ଆରମ୍ଭ, ମାଓପ୍ରବଣ ଇଲାକାରେ କଡ଼ା ସୁରକ୍ଷା

Advertisment
ବିଜେପୁର ଉପନିର୍ବାଚନ: ସକାଳ ୭ଟାରୁ ମତଦାନ ଆରମ୍ଭ, ମାଓପ୍ରବଣ ଇଲାକାରେ କଡ଼ା ସୁରକ୍ଷା

Twitter

ବରଗଡ଼/ବିଜେପୁର : ବେଶ୍ କିଛି ଦିନ ଧରି ନିର୍ବାଚନୀ ଉଷ୍ଣତାରେ ସମୟ ଅତିବାହିତ କରିଥିବା ବିଜେପୁର ନିର୍ବାଚନମଣ୍ଡଳୀର ମତଦାତା ଆଜି ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ବୁଥକୁ ଆସିଛନ୍ତି। । ସକାଳ ୭ଟାରୁ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ଆରମ୍ଭ ହୋଇଛି। ସକାଳ ୭ରୁ ସଂଧ୍ୟା ୫ଟା ଯାଏ ମତଦାନ ଚାଲିବ ଏବଂ  ବିଜେପୁର ଆସନ କାହାର ହେବ ତାର ଫଇସଲା ହୋଇଯିବ।

publive-image

ଆଜି ମୋଟ୍‌ ୨,୩୨,୦୫୫ ଭୋଟର୍‌ ‌୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିରୁ ଗାଇସିଲାଟ୍‌ରେ ୩୬,୬୮୬ ଏବଂ ୩୪,୭୮୧ଜଣ, ବିଜେପୁରରେ ୪୨,୯୩୧ ଏବଂ ୪୦,୦୬୯, ବରପାଲିରେ ୪୦,୩୨୨ ଏବଂ ୩୭,୨୫୧ ଜଣ ଯଥାକ୍ରମେ ପୁରୁଷ ଓ ମହିଳା ଭୋଟର୍‌ ଅଛନ୍ତି। ମତଦାନ ପାଇଁ ଏଥର ଇଭିଏମ୍ ସହିତ ଭିଭିପାଟ୍‌ ମେସିନକୁ ସଂଯୋଗ କରାଯାଇଛି। ଯାହାକି ସ୍ଳିପ ପ୍ରିଣ୍ଟର ମେସିନ ଅଟେ। ଏହା ଦ୍ବାରା ମତଦାତା କେଉଁ ପ୍ରାର୍ଥୀଙ୍କୁ ଭୋଟ୍‌ ଦେ‌ଇଛନ୍ତି, ତାହା ସଫଳ ହେଲା କି ନାହିଁ ଜାଣିପାରିବେ। ମତଦାତା ତାଙ୍କ ମତଦାନର କ୍ରମିକ ନମ୍ବର, ନାମ, ସଙ୍କେତ ଆଦି ୭ ସେକେଣ୍ଡ ମଧ୍ୟରେ ଜାଣିପାରିବେ। ତେଣୁ ଯନ୍ତ୍ରପାତିରେ ତ୍ରୁଟି ରହିବ ନାହିଁ। ଯଦି କିଛି ସମସ୍ୟା ଉପୁଜେ, ତେବେ ପ୍ରତି ବ୍ଲକ୍‌ ମୁଖ୍ୟାଳୟରେ ନିୟୋଜିତ ଥିବା ଅଭିଜ୍ଞ ଇଂଜିନିୟର ତୁରନ୍ତ ବୁଥ୍‌କୁ ପହଂଚିବେ।

ଏହି ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ନିର୍ବାଚନମଣ୍ଡଳୀର ୬ଟି ବୁଥ୍‌ ଅତି ସମ୍ବେଦନଶୀଳ ଏବଂ ୧୨୯ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ଗାଇସିଲାଟ୍‌ ବ୍ଲକ୍‌ର ଜୁବାଖୋଲ, ପରମାନନ୍ଦପୁର, ଚିନ୍ଦ୍ରାପାଲି, ସାଇ ଡୁଂଗୁରିପାଲି, ସାଲେପାଲି, କଣ୍ଟାପଡ଼ା ବୁଥ୍‌ ମାଓପ୍ରବଣ ଇଲାକାରେ ଥିବାରୁ ସେଠାରେ ସିଆର୍‌ପିଏଫ୍‌ ମୋର୍ଚ୍ଚା ସମ୍ଭାଳିଛନ୍ତି। ଏସ୍‌ଓଜି ଯବାନମାନେ ମଧ୍ୟ ମାଓ ଗତିବିଧି ଉପରେ ନଜର ରଖିଛନ୍ତି। ମୋଟ୍‌ ୩୩ ପ୍ଲାଟୁନ ଫୋର୍ସ ଏବଂ ୩ କମ୍ପାନି ଯବାନ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଏହାବାଦ ଜିଲ୍ଲା ପୁଲିସ୍‌ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୪୦ଟି ମୋବାଇଲ୍‌ ଟିମ୍‌, ୬ଟି ଲେଖାଏଁ ଷ୍ଟାଟିକ୍‌ ଏବଂ ସର୍ଭିଲିଏନ୍‌ସ ଟିମ୍‌ ମୁତୟନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe