ମନ୍ତ୍ରୀ ପ୍ରତିଶ୍ରୁତି ପୂରଣ ନକରିବାରୁ ଭୋଟ୍‌ ବର୍ଜନ

Advertisment
ମନ୍ତ୍ରୀ ପ୍ରତିଶ୍ରୁତି ପୂରଣ ନକରିବାରୁ ଭୋଟ୍‌ ବର୍ଜନ

ଭବାନୀପାଟଣା : କଳହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଆଜି ଏଠାରେ ମତଦାନ ଥିବାବେଳେ ସେମାନେ ଭୋଟ ଦେଇନାହାନ୍ତି।

ଏହି ଗାଁକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୨୦୧୪ରୁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁ ନଥିବାରୁ ଦୁଣ୍ଡାବାସୀ ଶେଷରେ ଭୋଟ୍‌ ବର୍ଜନ କଲେ ବୋଲି କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ବୁଧବାର ସେଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିଲା। ମଙ୍ଗଳବାର ଦୁର୍ଗମ ଅଞ୍ଚଳ ଦୁନ୍ଦେଲମାଲ ପଞ୍ଚାୟତ ଦୁଣ୍ଡା ଗ୍ରାମକୁ ଭୋଟ୍‌ଦାନ ନିମନ୍ତେ ପୋଲିଂ ପାର୍ଟି ଯାଇଥିଲେ। ହେଲେ ଗ୍ରାମବାସୀ ଭୋଟ୍‌ ବର୍ଜନ ପାଇଁ ଜିଦ୍‌ ଧରିଥିଲେ। ପରେ ଗ୍ରାମବାସୀ ପୋଲିଂ ପାର୍ଟିକୁ ଫେରେଇ ଦେଇଥିଲେ। ରାସ୍ତା ନିର୍ମାଣ ଓ ପାନୀୟ ଜଳର ସୁବିଧା ନ ହେଲେ ଗ୍ରାମବାସୀ ଭୋଟ୍‌ ବର୍ଜନ କରିବେ ବୋଲି ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe