ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ, ମତଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ

Advertisment
ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ, ମତଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ

ଭୁବନେଶ୍ବର: ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ସବୁଠି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବିଧାନସଭାରେ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଛନ୍ତି। ଏହାପରେ ଅନ୍ୟ ବିଧାୟକମାନେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଭୋଟ୍ ଦେଇଛନ୍ତି।

publive-image ANI

ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ବିଧାନସଭାରେ କେବଳ ଓଡ଼ିଶାର ବିଧାୟକମାନେ ଭୋଟ୍‌ ଦେବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍‌ ଦେବେ। ସେହିପରି ଓଡ଼ିଶାର ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ୍ ଦେବେ। ଓଡ଼ିଶାରେ ଭୋଟ୍ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି।

ସୂଚନାଯୋଗ୍ୟ ଯେ, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେବା ପାଇଁ ବିଜେଡି ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଜାରି କରିଥିବାବେଳେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ମନାଇଛି। ବିଜେପି ସାଂସଦ ଓ ବିଧାୟକମାନେ ଦ୍ରୌପଦୀଙ୍କୁ ଭୋଟ୍ ଦେବେ। କିନ୍ତୁ କଂଗ୍ରେସ ସାଂସଦ ଓ ବିଧାୟକ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡି ବିଧାୟକମାନଙ୍କ ଭୋଟ୍ ଯେପରି ନାକଚ ହେବନି ଏଥିପାଇଁ ଦଳ ପକ୍ଷରୁ ଏକ ମକ୍ ଭୋଟିଂ ମଧ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜଣେ  ବିଧାୟକ ଭୋଟ ମୂଲ୍ୟ ହେଉଛି ୧୪୯, ଓ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୦। ସମୁଦାୟ ବିଜେଡି ବିଧାୟକଙ୍କ  ଭୋଟ ମୂଲ୍ୟ ୧୬୬୮୮, ବିଜେଡି ସାଂସଦଙ୍କ ମୂଲ୍ୟ ୧୪,୭୦୦। ବିଜେଡି  ସମୁଦାୟ  ଭୋଟ ମୂଲ୍ୟ ୩୧, ୪୮୮। ବିଜେପିର ୨୨ବିଧାୟକ ଥିବା ବେଳେ ସେମାନଙ୍କର ଭୋଟ ମୂଲ୍ୟ ୩୨୭୮, ଏବଂ ୯ ଜଣ ସାଂସଦଙ୍କ ଭୋଟ ମୂଲ୍ୟ ୬୩୦୦। ସମୁଦାୟ ଓଡ଼ିଶା ବିଜେପିର ଭୋଟ ମୂଲ୍ୟ ୯୫୭୮। କଂଗ୍ରେସର ୯ ଜଣ ବିଧାୟକ ଥିବାବେଳେ ସେମାନଙ୍କ ଭୋଟ ମୂଲ୍ୟ ୧୩୪୧ଏବଂ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦। ସମୁଦାୟ କଂଗ୍ରେସ ଭୋଟ ମୂଲ୍ୟ ହେଉଛି ୨୦୪୧।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe