ପ୍ରବଳ ତାତି ପାଇଁ ମତଦାନ ପ୍ରଭାବିତ, ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ହୋଇଛି ୫୫.୨୦ ପ୍ରତିଶତ ମତଦାନ

ପ୍ରବଳ ତାତି ପାଇଁ ମତଦାନ ପ୍ରଭାବିତ, ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ହୋଇଛି ୫୫.୨୦ ପ୍ରତିଶତ ମତଦାନ

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୫୫.୨୦ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର।

ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବାକୁ ଥିବାବେଳେ ସମୁଦାୟ ୨ ଲକ୍ଷ ୨୧ ହଜାର ଭୋଟରଙ୍କ ମଧ୍ୟରୁ ୬୨୪୧୯ ଜଣ ପୁରୁଷ ଭୋଟର ଥିବାବେଳେ ୫୯୯୬୩ ଜଣ ମହିଳା ଭୋଟର ରହିଛନ୍ତି । ପ୍ରତ୍ୟେକ ବୁଥରେ ଶୃଙ୍ଖଳାର ସହିତ ଭୋଟରମାନେ ମତଦାନ କରିବାରେ ଲାଗିଛନ୍ତି। ବିଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe