ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ, ବୌଦ୍ଧରେ ସର୍ବାଧିକ ୮୪.୭ ପ୍ରତିଶତ ମତଦାନ

Advertisment
ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ, ବୌଦ୍ଧରେ ସର୍ବାଧିକ ୮୪.୭ ପ୍ରତିଶତ ମତଦାନ

ଭୁବନେଶ୍ୱର: ଗତକାଲି ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ ଭୋଟ ଗ୍ରହଣ ହୋଇଛି | ଗତକାଲି ସାରା ରାଜ୍ୟରେ ରେକର୍ଡ ସଂଖ୍ୟକ ୭୭.୨ ପ୍ରତିଶତ ଭୋଟଗ୍ରହଣ ହୋଇଛି |

ବୌଦ୍ଧରେ ସର୍ବାଧିକ ୮୪.୭ ପ୍ରତିଶତ ମତଦାନ ହୋଇଥିବାବେଳେ ଦେବଗଡରେ ୮୩.୫ ପ୍ରତିଶତ, ଅନୁଗୁଳରେ ୮୨.୬ ପ୍ରତିଶତ, ବାଲେଶ୍ୱରରେ ୭୬.୫ ପ୍ରତିଶତ,ବରଗଡରେ ୭୯.୩ ପ୍ରତିଶତ, ଭଦ୍ରକରେ ୭୬.୫ ପ୍ରତିଶତ, କଟକରେ ୭୬.୮ ପ୍ରତିଶତ, ଢେଙ୍କାନାଳରେ ୭୮.୯, ଗଜପତିରେ ୭୯.୫ ପ୍ରତିଶତ, ଜଗତସିଂହପୁରରେ ୭୭.୫ ପ୍ରତିଶତ, ଝାରସୁଗୁଡାରେ ୮୨.୧ ପ୍ରତିଶତ, କଳାହାଣ୍ଡିରେ ୮୧.୧୨ ପ୍ରତିଶତ ମତଦାନ ହୋଇଛି | ସେହିପରି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ସାହୁ କହିଛନ୍ତି ଯେ ଦ୍ଵିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ। ସେଥିରୁ ୩ ହଜାର ୬୫ଟି ବୁଥ୍ ସମ୍ବେଦନଶୀଳ ଥିବାବେଳେ ୪ଟି ଜିଲ୍ଲାରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଯାଜପୁରର ୧୧,ପୁରୀର ୫,ଢେଙ୍କାନାଳର ୪,ଭଦ୍ରକର ୫ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଛି। ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe