ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ଜାରି

ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ମତଦାନ ଜାରି

ଭୁବନେଶ୍ବର: ରାଜ୍ୟରେ ବହୁ ପ୍ରତୀକ୍ଷିତ ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ ବିଧାନସଭା ଆସନରେ ମତଦାତାମାନେ ଭୋଟ ଦେଉଛନ୍ତି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି । ଏହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି।

ମୋଟ ଭୋଟର: ୯୯,୬୧,୦୫୭
ମହିଳା ଭୋଟର: ୪୮,୭୨,୨୯୪
ପୁରୁଷ ଭୋଟର: ୫୦,୮୮,୦୭୬

ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ ପ୍ରଶାସନ ସଂପର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ। ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୧୦ ହଜାର, ୮୮୨ ବୁଥରେ ମତଦାନ ଗ୍ରହଣ କରାଯାଉଛି । ସେଥିମଧ୍ୟରୁ ୨୧ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ୩୬ ହଜାର ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ୧୨୬ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୮୬ ପ୍ଲାଟୁନ ପ୍ଲାଟୁନ ଓଡ଼ିଶା ଆର୍ମଡ ପୁଲିସ
ବୁଥ ତଦାରଖ କରୁଛନ୍ତି। ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିର୍ବାଚନ ଦାୟିତ୍ୱରେ ଏସଡିପିଓ ଓ ଡିଏସପି ଦାୟିତ୍ୱରେ ରହିଛନ୍ତି। ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ୍ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe