ପଦ୍ମପୁରରେ ଏବେ ବି ଚାଲିଛି ମତଦାନ, ୮୯ଟି ବୁଥରେ ୧୨ ହଜାରରୁ ଅଧିକ ଭୋଟର ଧାଡ଼ିରେ ଅଛନ୍ତି

Advertisment
ପଦ୍ମପୁରରେ ଏବେ ବି ଚାଲିଛି ମତଦାନ, ୮୯ଟି ବୁଥରେ ୧୨ ହଜାରରୁ ଅଧିକ ଭୋଟର ଧାଡ଼ିରେ ଅଛନ୍ତି

ପଦ୍ମପୁର: ଅପରାହ୍ନ ୪ଟା ସୁଦ୍ଧା ସରିଥାନ୍ତା ମତଦାନ | କିନ୍ତୁ ଭୋଟରଙ୍କ ଉତ୍ସାହ ପାଇଁ ଏବେ ବି ମତଦାନ ଜାରି ରହିଛି | ବହୁ ସଂଖ୍ୟାରେ ଭୋଟର ଏବେ ବି ଧାଡିରେ ଛିଡା ହୋଇଥିବାରୁ ମତଦାନ ଜାରି ରହିଛି | ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ ଏବେ ବି ୮୯ଟି ବୁଥରେ ମତଦାନ ଚାଲିଛି ଓ ୧୨ ହଜାରରୁ ଅଧିକ ଭୋଟର ଲାଇନରେ ରହିଛନ୍ତି | ସେମାନଙ୍କ ମତଦାନ ସରିବା ପର୍ଯ୍ୟନ୍ତ ଭୋଟିଂ ଚାଲିବ | ସନ୍ଧ୍ୟା ୬ଟାରୁ ୬.୩୦ ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଆକଳନ କରାଯାଉଛି | ଅପରାହ୍ଣ ୪ଟା ସୁଦ୍ଧା ଯେଉଁ ମତଦାତାମାନେ ଭୋଟଦାନ କେନ୍ଦ୍ର ପରିସରରେ ପହଞ୍ଚି ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିବେ ସେମାନେ ସମସ୍ତେ ଭୋଟ ଦେବା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପ୍ରକ୍ରିୟା ଜାରି ରହିବ।

ଅପରାହ୍ଣ ୪ଟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୨୦୧୯ରେ ନିର୍ବାଚନରେ ୭୯.୦୫ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଏଥର ତାହାଠାରୁ ଅଧିକ ଭୋଟିଂ ହେବ ବୋଲି ଆଶା କରାଯାଉଛି | ପଦ୍ମପୁର ଆରଏମସିରେ ଇଭିଏମ ରଖିବାର ବ୍ୟବସ୍ଥା ହୋଇଛି | ସେଥିପାଇଁ ଦ୍ଵି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏଯାବତ୍ କୌଣସି ବିଶୃଙ୍ଖଳାର ସୂଚନା ନାହିଁ ବୋଲି ସେ କହିଛନ୍ତି |

ଉଲ୍ଲେଖ ଥାଉ କି ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା ଓ ଅପରାହ୍‌ଣ ୪ଟାରେ ଏହା ଶେଷ ହେବା କଥା। କିନ୍ତୁ ଏବେ ବି ୮୯ଟି ବୁଥରେ ମତଦାନ ଚାଲିଥିବାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe