ପାଟକୁରାରେ ମତଦାନ ଆରମ୍ଭ

କେନ୍ଦ୍ରାପଡ଼ା: ପାଟକୁରାରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ।  ସକାଳ ୭ଟାରୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥରେ ମତଦାନ ଆରମ୍ଭ ହୋଇଛି। ଏଯାବତ୍ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ରହିଥିବା ଖବର ମିଳିଛି।  ଆଜି  ୩୦୯ ବୁଥରେ ୨ ଲକ୍ଷ ୩୭ ହଜାର ୫୯୯ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ। ନିର୍ବାଚନ ମଣ୍ଡଳୀର ୧୩୮ଟି ବୁଥ ସମ୍ବେଦନଶୀଳ ରହିଥିବାବେଳେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଉତ୍ତେଜନାର କାରଣ ହୋଇଛି। ପାଟକୁରାବାସୀ  ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନ ସମୟରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଏବଂ ପରେ ଫନି ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖ ଦୁଇ ଥର ପରିବର୍ତ୍ତନ ହୋଇଥିଲା। ଏଥିରେ ବିଜେଡି ପକ୍ଷରୁ ସ୍ବର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସର ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe