ମତଦାନ ଜାରି: ଭୋଟ୍ ଦେଲେ ବହୁ ହେଭିଓ୍ଵଟ୍‌ ନେତା

Advertisment
ମତଦାନ ଜାରି: ଭୋଟ୍ ଦେଲେ ବହୁ ହେଭିଓ୍ଵଟ୍‌ ନେତା

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିେଓ୍ଵଟ୍‌ ନେତା ବିଭିନ୍ନ ନିର୍ବାଚନ ମଣ୍ଡଳୀର ଭିନ୍ନ ଭିନ୍ନ ବୁଥ୍‌ରେ ମତଦାନ କରିଛନ୍ତି।
ଲମ୍ବା ଧାଡିରେ ଛିଡା ହେବା ସହିତ ନିଜ ମୂଲ୍ୟବାନ ଭୋଟ ଦେଇଛନ୍ତି ରାଜ୍ୟର ବହୁ ତୁଙ୍ଗ ନେତା । ବିଜେଡି , ବିଜେପି ଓ କଂଗ୍ରେସର ବହୁ ଚର୍ଚ୍ଚିତ ଚେହେରା ତଥା ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତା ନିଜର ମତଦାନ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି ।

publive-image

ବିଜେଡି ଭୋଗରାଇ ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଭୋଗରାଇରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

publive-image

ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଏବଂ ଆଳି ନିର୍ବାଚନ ମଣ୍ଡଳୀର ବିଧାନସଭାର ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଆଳିର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ଆଜି ଆଳିରେ ଭୋଟ୍‌ ଦେଇଛନ୍ତି।

publive-image

ଆଜି ମୟୁର ଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦାର ବୁଥ୍‌ ନଂ-୩୪ରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଏବଂ ବିଜେଡିର ବିଧାନସଭା ପ୍ରାର୍ଥୀ ସରୋଜିନୀ ହେମ୍ରମ୍‌ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଠିକ୍‌ ସେହି ମୟୁରଭଞ୍ଜ ଲୋକସଭା ବିଜେଡିର ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ମଧ୍ୟ ବାରିପଦାର ୨୬ ନଂ ଓ୍ଵାର୍ଡରେ ଭୋଟ୍‌ ଦେଇଛନ୍ତି। ଜଗତସିଂହପୁରର କଂଗ୍ରେସ ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବି ମତଦାନ କରିଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ପତ୍ନୀଙ୍କ ସହ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଠିକ୍‌ ସେହି କେନ୍ଦ୍ରାପଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରା ବି ଭୋଟ୍ ଦେଇଛନ୍ତି।

publive-image

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ବି ମତଦାନ କରିସାରିଥିବା ଜଣାଯାଇଛି। ଯାଜପୁରର ବିଜେଡି ବିଧାନସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ , ବିଜେପି ବିଧାନସଭା ପ୍ରାର୍ଥୀ ଗୌତମ ରାୟ ଏବଂ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ନନ୍ଦ ପ୍ରମୁଖ ବି ଭୋଟ୍ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe