ଭିଏସ୍‌ଏସ୍‌ ଏୟାର ପୋର୍ଟ : ୬ ମାସରେ ୬୬ ହଜାର ଯାତ୍ରୀ ଯାତ୍ରା କରିଛନ୍ତି

୧୨ରୁ ଉଡ଼ିବ ଝାରସୁଗୁଡ଼ା-ମୁମ୍ବାଇ ବିମାନ, ଟିକେଟ ବୁକିଂ ଆରମ୍ଭ

Wikipedia

ଝାରସୁଗୁଡା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଯାତ୍ରୀ ଓ ବିମାନ ଚଳାଚଳରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ ତାର ଟୁଇଟର୍‌ ପେଜ୍‌ରେ ଉଲ୍ଲେଖ କରିଛି। ଗତ ୬ ମାସ ମଧ୍ୟରେ ଏହି ବିମାନ ବନ୍ଦରରୁ ମୋଟ ୬୬ ହଜାର ୪୬୭ ଜଣ ଯାତ୍ରୀ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିବା ରିପୋର୍ଟରୁ ଜଣାପଡ଼ିଛି।

publive-image

ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ପରେ ପୁଣି ଉଡ଼ାନ ଭରିଥିବା ଏହି ବିମାନ ବନ୍ଦରରୁ ଗତ ୬ ମାସ ମଧ୍ୟରେ ମୋଟ ୧୫୧୭ଟି ବିମାନ ଉଡ଼ାଣ କରିଥିଲା।  ଗତ ମେ ମାସରେ ଏଠାରୁ ମାତ୍ର ୧୮ ଟି ବିମାନ ଉଡ଼ାଣ କରିଥିବା ବେଳେ ମୋଟ ୧୦୬୯ ଯାତ୍ରୀ ଯାତ୍ରା କରିଥିଲେ। ଜୁନ୍‌ ମାସରେ ୨୫୩ଟି ବିମାନ ଉଡ଼ାଣ କରିଥିବା ବେଳେ ଏଥିରେ ମୋଟ ୮୫୪୧ ଜଣ ଯାତ୍ରୀ, ଜୁଲାଇ ମାସରେ ୩୨୨ଟି ବିମାନ ଉଡ଼ାଣ କରିଥିବା ବେଳେ ୧୦, ୯୬୯ ଯାତ୍ରୀ ଯାତ୍ରା କରିଥିଲେ। ଅଗଷ୍ଟ ମାସରେ ୨୮୨ ଟି ବିମାନ ଉଡ଼ାଣ କରିଥିବା ବେଳେ ୧୩, ୫୮୯ ଯାତ୍ରୀ ଯାତ୍ରା କରିଥିଲେ। ସେପ୍ଟେମ୍ବର ମାସରେ ମୋଟ ୩୦୪ ଟି ବିମାନ ଉଡାଣ କରିଥିବା ବେଳେ ଏଥିରେ ମୋଟ ୧୪, ୪୦୮ ଯାତ୍ରୀ ଯାତ୍ରା କରିଥିଲେ। ଅକ୍ଟୋବର ମାସରେ ମୋଟ ୩୩୮ ଟି ବିମାନ ଉଡାଣ କରିଥିବା ବେଳେ ମୋଟ ୧୭ ହଜାର ୮୯୧ ଯାତ୍ରୀ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe