ଉପଗ୍ରହ ପ୍ରକ୍ଷେପଣ ଯାନ ତିଆରି କଲେ ଭିସୁଟ୍‌ ଛାତ୍ର

Advertisment
ଉପଗ୍ରହ ପ୍ରକ୍ଷେପଣ ଯାନ ତିଆରି କଲେ ଭିସୁଟ୍‌ ଛାତ୍ର

ସମ୍ବଲପୁର :ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ର ଛାତ୍ରମାନେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଭିସୁଟ୍‌ ଆଇଡିଆ ଇନୋଭେସନ୍‌ ସେଲ୍‌ର ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ଉପଗ୍ରହ ପ୍ରକ୍ଷେପଣ ଯାନ(ଭିସୁଟ୍‌- ଏସ୍‌ଏଲ୍‌ଭି) ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।

ଦୀର୍ଘ ୬ ମାସର ଯାଂଚ ଓ ସତ୍ୟତା ପାଇଁ ବିଭିନ୍ନ ପ୍ରକାର ପରୀକ୍ଷା କରିିବା ପରେ ଏକ ସ୍ୱତନ୍ତ୍ର ଟିମ୍‌ ଏହାର ରେକର୍ଡ ପାଇଁ ମଂଜୁରି ଦେଇଥିଲା। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡର ମୁଖ୍ୟ ସଂପାଦକ ବିଜୟ ଘୋଷ ଏହାକୁ ସ୍ୱୀକୃତି ଦେଇଛନ୍ତି। ଚଳିତବର୍ଷ ଶେଷ ଆଡ଼କୁ ପ୍ରକାଶିତ ହେବାକୁ ଥିବା ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡର ୨୦୧୯ ସଂସ୍କରଣରେ ଏହା ସ୍ଥାନ ପାଇବ। ଆଉ ଏହା ପରେ ଭିସୁଟ୍‌କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଭିସୁଟ୍‌ ଛାତ୍ରମାନଙ୍କ ଏହି ଉପଲ୍‌ବଧି ଦେଶର କୌଣସି ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ଏଭଳି ଉପଗ୍ରହ ପ୍ରକ୍ଷେପଣ ଯାନ ପ୍ରସ୍ତୁତ ପ୍ରଥମ ଘଟଣା ବୋଲି ଭିସୁଟ୍‌ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିିରେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଭିଏସ୍‌ଏଲ୍‌ଏଭି୍‌ର ୩ ଥର ସଫଳ ପରୀକ୍ଷଣ ହୋଇଛି। ୨୨ ଅଗଷ୍ଟ ୨୦୧୭ରେ ଭିଏସ୍‌ଏଲ୍‌ଭି ୧.୦, ୧ ଜାନୁଆରି ୨୦୧୮ରେ ୨.୦ ଭିଏସ୍‌ଏଲ୍‌ଭି ଏବଂ ୩୦ ମାର୍ଚ ୨୦୧୮ରେ ଭିଏସ୍‌ଏଲ୍‌ଭି ୩.୦ର ଯଥାକ୍ରମେ ୩୦୦୦ ଫୁଟ୍‌, ୫୨୦୦୦ ଫୁଟ୍‌ ଓ ୧୨,୮୦୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ପରୀକ୍ଷଣରେ ସଫଳତା ମିଳିଥିଲା। ଡିନ୍‌( ଛାତ୍ର କଲ୍ୟାଣ) ପ୍ରଫେସର ଦେବଦତ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଭିସୁଟ୍‌ର ସ୍ନାତକ ଇଂଜିନିୟରିଂ ଛାତ୍ରମାନେ ଶେଷ ଥର ପରୀକ୍ଷଣ କରିଥିବା ୬ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ରକେଟ୍‌(ଭିଏସ୍‌ଏଭ୍‌ଭି)ର ଲମ୍ବ ୧.୫ ମିଟର ରହିିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe