ଅସୁରକ୍ଷିତ ହାତୀ କରିଡର, ଗାଁ ମୁହାଁ ଗଜରାଜ

Advertisment
ଅସୁରକ୍ଷିତ ହାତୀ କରିଡର, ଗାଁ ମୁହାଁ ଗଜରାଜ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨୫୦ କିମିରୁ ଅଧିକ ଅଞ୍ଚଳକୁ ହାତୀ କରିଡର ଲମ୍ବିଛି। କନ୍ଧମାଳ ଜିଲ୍ଲାର ବେଲଘରଠାରୁ ସିଙ୍ଗାରୀ ଏବଂ ବାଲିଗୁଡ଼ାଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ହାତୀ କରିଡର ବିସ୍ତାରିତ ଥିଲେ ମଧ୍ୟ ଗତ ୧୦ବର୍ଷରେ ପ୍ରାୟ ୫୦ରୁ ଅଧିକ ହାତୀଙ୍କୁ ଶିକାର କରାଯାଇଛି। ସେହିଭଳି ପ୍ରାୟ ୭ଟି ହାତୀର ବିଦ୍ୟୁତ୍‌ ତାରରେ ଲାଗି ମୃତ୍ୟୁ ଘଟିଛି। ହାତୀ କରିଡରରେ ହାତୀମାନେ ଅସୁରକ୍ଷିତ ଥିବା ଯୋଗୁଁ ଏବେ ଗାଁ ମୁହାଁ ହେଉଛନ୍ତି। କନ୍ଧମାଳ ଜିଲ୍ଲାର ବେଲଘରରୁ ଲାଞ୍ଜିଗଡ଼ ରୋଡ୍‌ ଦେଇ କଦଲୀଘାଟି ସଂରକ୍ଷିତ ଜଙ୍ଗଲ, କିଡିଂ ସଂରକ୍ଷିତ ଜଙ୍ଗଲ, ଗାରେସ, ମେଲେଣ୍ଡା, ମାଚୁଲ, ଡୋଲମା, ରାହୁଲ ଜିମିରି, ହାତୀଶାଲ, ଜଲକ୍ରୀଡ଼ା, ପାହାଡ଼ପଦର, ମୋହନଗିରି, ବେଙ୍ଗଭଟା, ବିଜେପୁର, ସିଙ୍ଗାରୀ, କରଞ୍ଜା, ନିୟମଗିରି, ନାଚନିଗୁଡ଼ା, ଯୁଗସାଇପାଟଣା, ଆଲମା, ଶଗଡ଼ା, ହାତୀମୁଣ୍ଡା, କର୍ଲାପାଟ, କନାମଜୁର, ଖଲିଆ, ଜେରକା, ନେହେଲା, ଘନା, ପରିଆଗଡ଼, ଗର୍ଜନ ସଂରକ୍ଷିତ ଜଙ୍ଗଲ ଦେଇ ୨୦୦ କିମି ହାତୀ କରିଡର ଲମ୍ବିଛି। ସେହିଭଳି ବେଲଘର ଦେଇ ବାଲିଗୁଡ଼ା ମୋହନଗିରି, ତୁଷୁରା, ବଲାଙ୍ଗୀର ପର୍ଯ୍ୟନ୍ତ ପ୍ରାୟ ୫୦ କିମି କଳାହାଣ୍ଡି ହାତୀ କରିଡର ଲମ୍ବିଛି। ଏହି କରିଡର ଦେଇ ହାତୀମାନେ ଚଳପ୍ରଚଳ କରିଥାନ୍ତି।

ବନ ବିଭାଗ ପକ୍ଷରୁ ହାତୀ କରିଡରରେ ଡ୍ରେନେଜ, ପାଚେରି ଓ ପିଇବାପାଣି ପାଇଁ ଜଳାଶୟ ନିର୍ମାଣ ଯୋଜନା ଥିଲେ ମଧ୍ୟ କୌଣସି ଆଖିଦୃଶିଆ କାମ କରାଯାଉ ନାହିଁ। ଫଳରେ ହାତୀମାନେ ପାଣି ପିଇବା ପାଇଁ ହାତୀ କରିଡର ଦେଇ ବିଭିନ୍ନ ନାଳକୁ ଆସିଥାନ୍ତି। ବିଭିନ୍ନ ସ୍ଥାନରେ ହାତୀ ରାସ୍ତା ଓ ରେଳ ଧାରଣା ଅତିକ୍ରମ କରିଥାନ୍ତି। ଏହି ସମୟରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶ‌ରେ ଆସି ଗତ ୧୦ ବର୍ଷରେ ପ୍ରାୟ ୭ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଛି। ସେହିଭଳି କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ଶିକାରୀମାନେ ଗତ ୧୦ ବର୍ଷରେ ପ୍ରାୟ ୫୦ରୁ ଅଧିକ ହାତୀ ଶିକାର କରିଛନ୍ତି। ହାତୀଦାନ୍ତ କଳାହାଣ୍ଡିରୁ କୋଲକାତାକୁ ଚାଲାଣ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe